April 28, 2026

ନାଚ ବାଲିୟେ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଟାଲେଣ୍ଟ ଫିଷ୍ଟ ୨୦୨୫ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ..

IMG-20250816-WA0074
Share

ନାଚ ବାଲିୟେ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଟାଲେଣ୍ଟ ଫିଷ୍ଟ ୨୦୨୫ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ୟାମାଷ୍ରୀ ହସ୍ପିଟାଲ ର ମୁଖ୍ୟ ଦୀପାସ୍ମିତା ରାୟ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଶୋକ କୁମାର ମିଶ୍ର,ନୃତ୍ୟ ଗୁରୁ ବଟକୃଷ୍ଣ ପୁଷ୍ପାଳକ,ଅନୁଷ୍ଠାନ ର ସଭାପତି ନାରାୟଣ ଖୁଣ୍ଟିଆ,କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମିଶ୍ର,ସମ୍ପାଦକ ସୂର୍ଯ୍ୟ ଦାସ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଛା ଜ୍ଞାପନ କରିଥିଲେ ।ଏହାପରେ ମୟୂରଭଞ୍ଜ,ବ୍ରହ୍ମପୁର,ଅନୁଗୁଳ,ରାଉରକେଲା,କଟକ,ଭୁବନେଶ୍ୱର,ନୟାଗଡ଼ ଭଳି ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ୧୮ ତାରିଖ ଦିନ ଟାଉନ୍ ହଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed