April 27, 2026

ଗଡସନ୍ତ୍ରୀ ସ୍ଥିତ ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ସନ୍ତ୍ରୀ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।

IMG-20250815-WA0042
Share

ଗଡସନ୍ତ୍ରି : – ( ଅଜିତ୍ କୁମାର ଭୋଇ) ଗଡସନ୍ତ୍ରୀ ସ୍ଥିତ ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ସନ୍ତ୍ରୀ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ॥ ସୌଦାମିନୀ ବଦୀୟ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ପାଞ୍ଚଶହ ଫୁଟ ଲମ୍ବ ତ୍ରିରଙ୍ଗା ପତାକାଧରି ନିକଟସ୍ଥ ଗ୍ରାମ ଗଡସନ୍ତ୍ରୀ ଗ୍ରାମ ପରିକ୍ରମା କରିବା ସହିତ ଘରେଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ canada bank ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରାଟିକୁ ପରିଚାଳନ କରିଥିଲେ