ଆଜିର ଖବର..
ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ ଅନୁମାନ
ସୁଭଦ୍ରା ଯୋଜନା ପାଇଁ ଗାଁକୁ ଯାଇ ସର୍ଭେ କରିବେ ଅଙ୍ଗନବାଡ଼ି କର୍ମୀ। ବାଦ ପଡିଥିବା ମହିଳାଙ୍କୁ ଖୋଜି ଖୋଜି ଟଙ୍କା ଦେବେ।
ସ୍ୱାଧୀନତା ଦିବସରେ ୧,୦୯୦ ଜଣଙ୍କୁ ସାହସିକତା ଏବଂ ସେବା ପଦକ। ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ, ୯ ଜଣଙ୍କୁ ସାହସିକତା ପଦକ
ନଗର ଉନ୍ନୟନ ମନ୍ତ୍ରୀ କହିଲେ, ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି। ପୁଣି ରାଜଧାନୀ ମେଟ୍ରୋ ହେବ
ଓଡ଼ିଶା କଂଗ୍ରେସ କମିଟି ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ରାଜରାସ୍ତାକୁ ଓହ୍ଲାଇଲେ। ଲୋକଙ୍କୁ ଭୋଟ୍ ଚୋରି ସମ୍ପର୍କରେ ସଚେତନ କରିବେ।
ସମ୍ବଲପୁର ବୁର୍ଲା ଭିସୁଟ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍। ଜିନ୍ସ-ଦୁପଟ୍ଟା ମନା।
ରାଜଧାନୀ ଇନଫୋସିଟି ପାଖରେ ସାଢେ ତିନି ଏକରର କ୍ଷୁଦ୍ର ଜଙ୍ଗଲ ପାଇଁ ଉଦ୍ୟମ ଆରମ୍ବ କଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ
ନୂତନ ଚାଷୀ ପଞ୍ଜିକରଣକୁ ନେଇ ଅସନ୍ତୋଷ। ଆନ୍ଦୋଳନ ପୂର୍ବରୁ ଶତାଧିକ ଚାଷୀଙ୍କୁ ଉଠାଇ ନେଲା ପୁଲିସ
କାଲି ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ।
ଖେଳଘର ହେଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ପୁଣି ପରୀକ୍ଷା ନେଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।
ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରଙ୍କ ଚେତାବନୀକୁ ବେଖାତିର।
ଅବହେଳା ଯୋଗୁଁ ଆନ୍ଧ୍ରରେ ମିଶି ଯାଇପାରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଲାଉଗୁଡ଼ା, ବଡ଼ଗୁଡ଼ା, ଖପିରିଗୁଡ଼ା ଓ ଆମ୍ବଗୁଡ଼ା।
ଭଦ୍ରକରେ ସାଇବର ଠକେଇ। ଜଳଖିଆ ଦୋକାନୀ ହରାଇଲେ ୯୦ ହଜାର ଟଙ୍କା
ପୁରୀ ନିମାପଡ଼ା ଅଣ୍ଢିଆ ସାହିରେ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ବର ବାଲିଅନ୍ତା ଖମଙ୍ଗ ଗାଁରେ ପୁଅର କଟୁରୀ ଚୋଟରେ ମା’ଙ୍କର ମୃତ୍ୟୁ। ମୃତକ ସଂଯୁକ୍ତା ସ୍ବାଇଁ।
ହୋମଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୋଛାପଡ଼ା ଥାନାର ପୂର୍ବତନ ସବ୍ ଇନସ୍ପେକ୍ଟର ତଥା ବର୍ତ୍ତମାନ କୋଟଗଡ଼ ଥାନାର ସବ୍ ଇନ୍ସପେକ୍ଟର ଗିରଫ
ପୁରୀର ଏକ ହୋଟେଲ ରୁମ୍ ଭିତରୁ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିନାହିଁ
କେନ୍ଦୁଝର ଘଷିପୁରାରେ ସାପକାମୁଡ଼ାରେ ଚାଲିଗଲା ମା’ପୁଅଙ୍କ ଜୀବନ, ଆସିଲାନି ଆମ୍ବୁଲାନ୍ସ
ଗଜପତି ଜିଲ୍ଲା ଅଡ଼ବାରେ ଏକ ପରିବାର କଙ୍ଗାରୁ କୋର୍ଟର ସାମ୍ନା କରିଛନ୍ତିl ଖୋଦ୍ ସ୍ତ୍ରୀଙ୍କ ଦ୍ବାରା ସ୍ୱାମୀଙ୍କୁ ଗାଁ ମଝି ଦାଣ୍ଡରେ ବନ୍ଧାଗଲା।
ସୁନ୍ଦରଗଡ ମିଶନ ରୋଡ଼ରେ ପ୍ରେମ ପାଇଁ ସ୍ତ୍ରୀ ପୋଛି ଦେଲା ସିନ୍ଦୂର। ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା।
ରାୟପୁରର ଓଡ଼ିଆ ବିଧାୟକ ପୁରନ୍ଦର ମିଶ୍ରଙ୍କ ଦ୍ୱାରା ମହାସମୁନ୍ଦରେ ସ୍ଥାପିତ ସିନ୍ଦୂର ପାର୍କ, ଗୋଲଡେନ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଲା।
ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷାର ତାଣ୍ଡବ: ୩୩ମୃତ, ୧୨୦ରୁ ଅଧିକ ଆହତ
ଦିଲ୍ଲୀରେ ପ୍ରତି କୁକୁର ପାଇଁ ଖର୍ଚ୍ଚ ହେବ ୧୧୦ ଟଙ୍କା, ଦିନକୁ ଖର୍ଚ୍ଚ ହେବ ୧୧ କୋଟି ଟଙ୍କା
ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବିହାରରେ ହଟାଯାଇଥିବା ୬୫ ଲକ୍ଷ ଭୋଟରଙ୍କ ତାଲିକା ଜାରି କର
ଜେଲରେ ଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଅନ୍ ଦୁର୍ନୀତି ମାମଲାରେ ଗିରଫ
ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ ସମୟରେ ଏୟାର ଫାୟାରିଂରେ ୩ ମୃତ, ୬୦ରୁ ଅଧିକ ଆହତ
ଯଦି ରୁଷ୍-ଆମେରିକା ବୈଠକ ସଫଳ ନହୁଏ ପୁଣି ଆମେରିକାର ଟାରିଫ୍ ଚୋଟ ଖାଇବ ଭାରତ।
=======================
*ଜୟ ହିନ୍ଦ*
ସ୍ୱାଧୀନତା ଦିବସର ଶୁଭେଚ୍ଛା
ଆଜି କୋରିଆ ଦେଶର ସ୍ବାଧୀନତା ଦିବସ
ଆଜି ଜନ୍ମଦିନ: ଶ୍ରୀ ଅରବିନ୍ଦ, ଗୁରମିତ ରାମ ରହିମ ସିଂ, ରାକ୍ଷୀ ଗୁଲଜାର, ଆଦନାନ ସାମି, କଳ୍ପତରୁ ଦାସ
ଆଜି ତିରୋଧାନ: ଶେଖ ମୁଜିବୁର ରହେମାନ (ବାଙ୍ଗଲାଦେଶ)
ଇତିହାସରେ ଆଜି: (୧୮୫୪) କଲିକତା- ହୁଗୁଳି ପ୍ରଥମ ପାସେଞ୍ଜର ଟ୍ରେନ/ (୧୯୦୭) ଇଣ୍ଡିଆନ ବ୍ୟାଙ୍କ ପ୍ରତିଷ୍ଠା/ (୧୯୮୨) ଭାରତରେ ରଙ୍ଗୀନ ଟେଲିଭିଜନ ପ୍ରସାରଣ ଆରମ୍ଭ/ (୧୯୭୫) ବାଙ୍ଗଲାଦେଶ ରାଷ୍ଟ୍ରପତି ମୁଜିବୁର ରହେମାନଙ୍କୁ ହତ୍ୟା
=======================
*ବନ୍ଦେ ଉତ୍କଳ ଜନନୀ*
