September 14, 2026

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା l ( ହରିପୁର ଠାରୁ ଗୋପ ତ୍ରିରଙ୍ଗାମୟ )

IMG-20250815-WA0006
Share

 

ଗୋପ :- ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷ ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ l ଏଥିରେ ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ତ୍ରିରଙ୍ଗା କୁ ସମସ୍ତ ଘର ଉପରେ ଉଡାଇବାକୁ ଆହ୍ବାନ ଦେଇଛନ୍ତି l ସେଥିପାଇଁ ନିମାପଡା ର ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନିର୍ଦେଶ ରେ ହରିପୁର ରୁ ଗୋପ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରାର ଆୟୋଜନ ହୋଇଥିଲା l ଶୁକ୍ରବାର ସକାଳ ୯.୦୦ ଟା ରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ “ତ୍ରିରଙ୍ଗା ଶୋଭାଯାତ୍ରା ” ଆୟୋଜନ ହୋଇଥିଲା ।ଏହି ଶୋଭାଯାତ୍ରା ହାଜର ହାଜର ସଂଖ୍ୟାରେ ବାଇକ ଆରୋହୀ ହାତରେ ତ୍ରିରଙ୍ଗା ଧରି ହରିପୁର ଠାରୁ ବାହାରି ନିମାପଡ଼ା ହୋଇ ଗୋପ ରେ ପହଞ୍ଚିଥିଲେ । ଏହି ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେବା ସହିତ ଜିଲ୍ଲାର ପ୍ରମୁଖ ନେତୃତ୍ୱ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ସରକାରୀ ଆଦିକାରୀ ଙ୍କ ମଧ୍ୟରେ ନିମାପଡା ଓ ଗୋପ ର ତହସିଲଦାର ଏବଂ ନିମାପଡା ଓ ଗୋପ ର ବିଡ଼ିଓ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ଠିକ ସେହିପରି ଭାରତୀୟ ଜନତା ପାର୍ଟି ର ପୁରୀ ଜିଲ୍ଲା ସଭାପତି ଡ଼କ୍ଟର ଦେବେନ୍ଦ୍ରନାଥ ତରାଇ, ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲା ର ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଅଠର ନମ୍ବର ଜୋନ ର ଜିଲ୍ଲାପରିଷଦ ପ୍ରାଥୀ ସ୍ବପ୍ନ କୁମାର ମିଶ୍ର, ସୁଶାନ୍ତ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ବିଜୟ କୁମାର, ଶିବପ୍ରସାଦ, ଅନିଲ କୁମାର ଶିବାନୀ ଶଙ୍କର, ପ୍ରଭୁତି ଅନେକ ଯୁବନେତା କର୍ମୀ ଅଂଶଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ