ଦଶମବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ର ତୃତୀୟ ସନ୍ଧ୍ୟା  

IMG-20250814-WA0089
Share

ଜଗତସିଂହପୁର ସଦର ମହକୁମାର, ନିମାଇଁଭବନ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ୧୦ ମ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ର ତୃତୀୟ ସନ୍ଧ୍ୟାରେ, ଜଗନ୍ନାଥ ଭକ୍ଟସମାଜ ଆନୁକୁଲ୍ୟରେ ଆୟୋଜିତ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ମାର୍ଗ ଦର୍ଶକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ମହିମା ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ, ଜଗନ୍ନାଥ ସଂସ୍କୃତି ବିଶ୍ଵର ମାନବ ସମାଜରେ ଭାଇ ଭଉଣୀ ସଂପର୍କ କୁ ସୁଦୃଢ଼ କରିବା ସହିତ ବସୁ ଧେୟ କୁଟୁମ୍ବ କମ୍ ଚେତନା ର ମାର୍ଗଦର୍ଶନ କରିଆସିଛି। ସ୍କନ୍ଧ ପୁରାଣ ବର୍ଣ୍ଣିତ , ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଲୀଳା ମାହାତ୍ମ୍ୟ ବିଷୟରେ ବହୁ ପୁରାଣ ଶାସ୍ତ୍ର ର ବାସ୍ତବବାଦ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ଜଗନ୍ନାଥ ଭକ୍ତ ସମାଜ ର ସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ସ୍ୱାଇଁ, ମହାରାଜ ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ । ମୁଖ୍ୟଅତିଥି ଭାବରେ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଓ ସମ୍ମାନିତ ଅତିଥି ଭାବେ,ତହସିଲଦାର ଅଜୟ କୁମାର ମହାନ୍ତି, କଟକ ର କାର୍ଯ୍ୟକାରୀ ସଭାପତି ଇଂ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ବିଶିଷ୍ଟ ପଣ୍ତିତ ଭଗବାନ ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଆଧ୍ୟାତ୍ମିକ ମାର୍ଗ ଦର୍ଶନ ସମାଜ ସଂସ୍କାର ଓ ସାମାଜିକ ବୈପ୍ଲବିକ ପରିବର୍ତ୍ତନ ପାଇଁ ପ୍ରେରଣାପ୍ରଦ ବୋଲି ମତ ବ୍ୟକ୍ତ କରିଥିଲେ। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଓ ସାରଳା ମଣ୍ଡଳ ପାଞ୍ଚରାତ୍ର କମିଟି ର କର୍ମକର୍ତ୍ତା ବିଶ୍ୱରଂଜନ ରାଉଳ ସମସ୍ତଙ୍କୁ ମାଆ ସାରଳା ଙ୍କ ଅଙ୍ଗବସ୍ତ୍ର ଓ ପ୍ରସାଦ ଅର୍ପଣ କରିଥିଲେ। ଆସନ୍ତା ଅଗଷ୍ଟ ୧୫ ଜଗତ୍ସିଂହପୁରର ଶୁକ୍ରବାର ଦିନ ଏହି କାର୍ଯ୍ୟକ୍ରମ ଉଦଯାପନ ହେବ ବୋଲି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି|

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା

You may have missed