September 14, 2026

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟଳୟ ର କିରାଣୀ ଜଗଦୀଶ ପଟନାୟକ ଓ ପିଅନ ନିରଞ୍ଜନ ନାୟକ ଚୁକ୍ତି ଭିତ୍ତିକ ଡାକ୍ତର ଙ୍କ ନିଯୁକ୍ତି ପତ୍ର ଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ 

IMG-20250813-WA0139
Share

 

ପାରଳାଖେମୁଣ୍ଡି:୧୩/୮(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ କିରାଣୀ ଜଗଦୀଶ ପଟନାୟକ ଓ ପିଅନ ନିରଞ୍ଜନ ନାୟକ ୨୫୦୦୦ ଟଙ୍କା ଲାଞ୍ଚ

ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭା ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି l ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ନୋଟ ରୁ ଜଣାପଡ଼ିଛି ଯେ, ଜଣେ ଚୁକ୍ତି ଭିତ୍ତିକ ଯୁବ ଡକ୍ଟର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦ୍ବାରା ଅନୁମୋଦନ କ୍ରମେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ତାଙ୍କୁ ନିଯୁକ୍ତି ପତ୍ର ଦେ ବା ପାଇଁ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ୨୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ନିଯୁକ୍ତି ପତ୍ର ଦେଇନଥିଲେ ଏହାପରେ ସଂପୃକ୍ତ ଚୁକ୍ତି ଭିତ୍ତିକ ଯୁବ ଡକ୍ଟର ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟଳୟରେ ଲିଖିତ ଅଭିଯୋଗ କରିଥିଲେ l ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ପାରଳାଖେମୁଣ୍ଡି ଠାରେ ସମ୍ପୃକ୍ତ ଚୁକ୍ତି ଭିତ୍ତିକ ଡାକ୍ତର ୨୫୦୦୦ ଟଙ୍କା ଲାଞ୍ଚ ପ୍ରଦାନ କରିଥିଲେ ପୂର୍ବରୁ ନିକଟରେ ଛପି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଚଢ଼ାଉ କରି କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ଙ୍କ ଠାରୁ ଲାଞ୍ଚ ନେଇଥିବା ୨୫୦୦୦ଟଙ୍କା ଉଦ୍ଧାର କରି କେସନଂ12-12/8/2025 U/S, 7 PC ଏମାଣ୍ଡ ମେଣ୍ଟ ଆକ୍ଟ 2018ରେ ଏକ ମୋକଦ୍ଧମା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି l