September 14, 2026

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

IMG-20250812-WA0154
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅଦ୍ୟ ତା.୧୨-୦୮-୨୦୨୫ରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ(ବିଜ୍ଞାନ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା) ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି କୁନି କୁନି ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତରେ ବଡ଼ ବଡ଼ ବୈଜ୍ଞାନିକ ହେବାକୁ ମାର୍ଗଦର୍ଶନ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜୟକୃଷ୍ଣ ମହାପାତ୍ର ଅବସର ପ୍ରାପ୍ତ ଶିକ୍ଷକ ଯୋଗଦାନ କରି ଜ୍ଞାନ ବିଜ୍ଞାନ ମେଳା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ ଶିଶୁ ମାନଙ୍କୁ ଭବିଷ୍ୟତରେ ବଡ଼ ବୈଜ୍ଞାନିକ ହେବାକୁ ଉତ୍ସାହିତ କରିଥିଲେ।ଶ୍ରୀମତୀ ପୂର୍ଣ୍ଣିମା ମେହେର ଉଦ୍ଦେଶ୍ୟ କଥନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମହେନ୍ଦ୍ର ରାଏ ପରିଚାଳନା କରିଥିବାବେଳେ ସଂପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସହଦେବ ମହାକୁର (ଅବସରପ୍ରାପ୍ତ ଶିକ୍ଷକ),ମୁଖ୍ୟ ବକ୍ତା ଭାବରେ ଡ.ନାରାୟଣ ଭୋଇ (ଅଧ୍ୟାପକ ତୋରା ଡିଗ୍ରୀ ମହାବିଦ୍ୟାଳୟ),ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପଙ୍କଜ ମେହେର ପୂର୍ବତନ ସଭାପତି ଯୋଗ ଦେଇ ସମାରୋପ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।ସଂକୁଳ ବିଜ୍ଞାନ ପ୍ରମୁଖ ଶ୍ରୀଯୁକ୍ତ ଟିକେଶ୍ବର ସାହୁ ବୃତ୍ତ କଥନ କରିଥିଲେ। ଶିଶୁ ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ୨୪୦ ଜଣ ପ୍ରତିଭାଗୀ ଭାଗ ନେଇଥିଲେ।ପ୍ରଶ୍ନମଞ୍ଚ ବିଚାରକ ଭାବେ ୨୫ଜଣ ତଥା ପ୍ରକଳ୍ପ ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟରୁ ୨୧ ଜଣ ସରକାରୀ ଶିକ୍ଷକ ଶିଶୁ ମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିଥିଲେ। କୃତି ପ୍ରତିଭାଗୀ ମାନଙ୍କୁ ଅତିଥି ଅଧିକାରୀ ମାନେ ଓ ଗୁରୁଜୀ ସଞ୍ଜୀବ କୁମାର ରଥ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର କୁମାର ରଣା, ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ଉପସଭାପତି ଶ୍ରୀଯୁକ୍ତ କିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ, ସେଵକ,ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।