April 29, 2026

ମାତୃପୁରୀ ରେ ଗଙ୍ଗାଧର ମେହେର ଜୟନ୍ତୀ..

IMG-20250809-WA0157
Share

 

 

 

ବରଗଡ (ସୁରେନ୍ଦ୍ର କଠାର)

 

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସଭାପତି ଶ୍ରୀ ଶେଷଦେବ ନାୟକ ଙ୍କ ସଭାପତିତ୍ବ ରେ ତଥା ଓଡ଼ିଆ ଶିକ୍ଷକ ଶ୍ରୀ ନିରଂଜନ ପାସାୟେତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଅତାବିରା ମହାବିଦ୍ୟାଳୟର ଓଡିଆ ବିଭାଗୀୟ ଅଧ୍ୟାପିକା ଡ. ରିଙ୍କି ପ୍ରଧାନ, ଅଧ୍ୟକ୍ଷ ଶ୍ରୀ ବବୃବାହନ ମିଶ୍ର, ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା,କୋଷାଧ୍ୟକ୍ଷ ଶ୍ରୀ ଜୟପ୍ରକାଶ ଅଗ୍ରୱାଲ,ଶ୍ରୀ ସରୋଜ କୁମାର ରଥ,ଶ୍ରୀ ନିରଞ୍ଜନ ପଶାୟେତ, ଶ୍ରୀ ଯତୀନ୍ଦ୍ର ପ୍ରଧାନ ମଞ୍ଚାସିନ ହୋଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଗଙ୍ଗାଧର ମେହେରଙ୍କ ପ୍ରତିଛବିରେ ଧୂପପୁଷ୍ପ ଦେଇ ତାଙ୍କ ରଚିତ କବିତା ଗାନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖୁସବୁ ବେହେରା,ସୁଶ୍ରୀ କ୍ରିଷ୍ଣା ପତି, ଜସ୍ମିନ୍ ସୁସାରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

You may have missed