ଗଞ୍ଜାମ ମହାବିଦ୍ୟାଳୟ ରେ ୫୭ ତମ ପ୍ରତଷ୍ଠା ଦିବସ ପାଳିତ
ଗଞ୍ଜାମ: ପ୍ରଦିପ କୁମାର ପଣ୍ଡା
ଗଞ୍ଜାମ ମହାବିଦ୍ୟାଳୟ ଅଡିଟରୀୟମ ଗୃହ ରେ ମହାବିଦ୍ୟାଳୟ ଅଧକ୍ଷା ଡ.ସ୍ୱରଣିକା ହୋତା ଙ୍କ ସଭାପତିତ୍ବ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ହିଁ ଦେଶର ଭବିଷ୍ୟତ ସେମାନେ ଦେଶର ଗୌରବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ବିଶିଷ୍ଟ ଵକ୍ତା ଭାବେ ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍ ଏସି ଅଧ୍ୟକ୍ଷା ପ୍ରତିଭା ପାଢି,ବିଡ଼ିଓ ଅଚ୍ୟୁତ ନନ୍ଦ ଜାନି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚଷିନ ଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିବା ସହ ମହାବିଦ୍ୟାଳୟ ରେ ଥିବା ବିଭିନ୍ନ ସମସ୍ୟା ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୬୯ ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ରେ ଜର୍ଜରିତ ହୋଇଥିବା ବେଳେ ରାଜନୀତି ଇଚ୍ଛା ଶକ୍ତି ଅଭାବ ଯୋଗୁଁ ଅର୍ଥ ଶାସ୍ତ୍ର ର ଅଧ୍ୟାପକ ଏବଂ ରାସାୟନିକ ବିଜ୍ଞାନ ଅଧ୍ୟାପକ ନଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା l ଶିକ୍ଷାନୁଷ୍ଠାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l
