ପୁରୀ ଶାନ୍ତିପୂର୍ଣ୍ଣ ବନ୍ଦରେ ବିଧାୟକ ସୁନୀଲ ମହାନ୍ତିଙ୍କ ଅଭିମତ

ଆମ ଦଳର ନେତା ଏବଂ ଦଳର ଜିଲ୍ଲା ସଭାପତିଙ୍କ ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ “ପୁରୀ ହରତାଳ ” ଡାକେରା କୁ ସଫଳ କରିବା ପାଇଁ ପୁରୀ ଜନସାଧାରଣଙ୍କୁ ନିବେଦନ କରିଥିଲୁ ଓ ଏହି ହରତାଳକୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପର୍ଣ୍ଣ କରିଥିଲୁ। କୌଣସି ବ୍ୟବସାୟିକ ଅନୁଷ୍ଠାନ, ଦୋକାନୀ, ଗାଡି ମଟର କି ଜନସାଧାରଣଙ୍କୁ ବ୍ୟସ୍ତ ବିବ୍ରତ କରିବା ଆମର ଉଦ୍ଦେଶ୍ୟ ନୁହେଁ କି ସେପରି କିଛି ଆଚରଣ ଆମର ଦଳୀୟ ସଦସ୍ୟ ମାନେ ପୁରୀରେ ଦେଖାଇନଥିଲେ। ଶାନ୍ତିପୂର୍ଣ୍ଣ ଭାବେ ସମସ୍ତଙ୍କୁ ନିବେଦନ କରିଥିଲୁ ଆମର ଯେଉଁ ଉଦ୍ଦେଶ୍ୟ ଥିଲା ତାହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରନ୍ତୁ। ଯାହା ସାଧାରଣ ରେ ଆଲୋଚନା ହେଉଛି ଓଡ଼ିଶାର ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଓ ଅପରାଧିକ କାର୍ଯ୍ୟକଳାପ ଏକ ନିତିଦିନିଆ ଘଟଣା ହୋଇଯାଇଛି, ଏଥିସହିତ ଦୁର୍ବଳ ତଦନ୍ତ ପ୍ରକ୍ରିୟା ଅପରାଧୀ ମାନଙ୍କୁ ଅଧିକ ଅପରାଧ କରିବାପାଇଁ ପ୍ରୋତ୍ସାହିତ କରୁଛି ଓ ଅବାଧ ନିଶା କାରବାର ରାଜ୍ୟସାରା କାୟା ବିସ୍ତାର କରିବାରେ ଲାଗିଛି, ଯାହାକି ଜନମାନସକୁ ଅସ୍ତବ୍ୟସ୍ତ କରିପକାଇଛି, ଏହି ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦିଆଯାଇଥିଲା। ପୋଲିସ ପ୍ରଶାସନର ତଦନ୍ତ ପ୍ରକ୍ରିୟା, କାର୍ଯ୍ୟକଳାପ,ପୋଲିସ ପ୍ରଶାସନର ଆହୁରି ଅଧିକ ସକ୍ରିୟତା ଏବଂ ଅପରାଧୀ ମାନଙ୍କ ପ୍ରତି ରହୁଥିବା ଆଭିମୁଖ୍ୟ ଆହୁରି କଡାକଡି ହେବା ଦରକାର, ନଚେତ ରାଜ୍ୟସାରା ଯେଉଁ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ତାହାକୁ ସରକାର ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହେବେ। ଏ ଦିଗରେ ସରକାର ଆଭିମୁଖ୍ୟ ବଦଳାଇଲେ ଓ ଉଚିତ ପଦକ୍ଷେପ ଗ୍ରହଣ କଲେ ଏହାର ପ୍ରଭାବ ପୋଲିସ ପ୍ରଶାସନର କାର୍ଯ୍ୟକାଳାପ ଉପରେ ପଡିବ ଓ ଅପରାଧିକ କାର୍ଯ୍ୟ ଚାରିଆଡୁ କମିବ। ଆଜିର ଏହି ହରତାଳ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସା ବାତାବରଣରେ ସମ୍ପର୍ଣ୍ଣ ହୋଇଥିଲା ଏବଂ ଜନସାଧାରଣଙ୍କୁ ସଚେତନ କରିବା ଆମର ମୂଳ ଲକ୍ଷ ଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
