April 30, 2026

ଓଡିଶାରେ ସାମଗ୍ରିକ ବିକାଶରେ ନନ୍ଦିନୀ ଦେବୀଙ୍କ ଅବଦାନ ଅତୁଳନୀୟ ..

IMG-20250805-WA0007
Share

 

ତିର୍ତ୍ତୋଲ ଓଡିଶାରେ ସୁଶାସନ ଓ କାର୍ଯ୍ୟକୁଶଳତା ପାଇଁ ଉଦାହରଣ ହୋଇ ରହିଛନ୍ତି ତନ୍ମଧ୍ୟରୁ ନନ୍ଦିନୀ ଶତପଥି ଙ୍କ ଜଣେ । ଉଭୟ ସାହିତ୍ୟ ,ରାଜନିତୀ କ୍ଷେତ୍ରରେ ସେ ସ୍ଵତନ୍ତ୍ର ସ୍ଥାନ ଛାଡି ଯାଇଛନ୍ତି ବୋଲି ଆଜି ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ସ୍ଥାନୀୟ କାଦୁଅପଡା ସ୍ଥିତ ଗାଦିବ୍ରହ୍ମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ

ସଭାରେ ଯୋଗ ଦେଇ ଅତିଥିମାନେ ମତଦେଇଛନ୍ତି । ପରିଷଦର ସଭାପତି ତଥା ସମ୍ଭକାର ହିମାଂଶୁ ଆଚାର୍ଯ୍ୟଙ୍କ

ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ସୟଦ ଅଜିଜ ଅଲି ମୁଖ୍ୟଅତିଥିଭାବେ ଯୋଗଦେଇ ସ୍ଵର୍ଗୀୟା ନନ୍ଦିନୀ ଶତପଥିଙ୍କ ରାଜନୈତିକ ଜୀବନ ବେଶ ଘଟଣା ବହୁଳଥିଲା ଓ ଓଡିଶା ବିଧାନସଭାକୁ ୭ଥର ନିର୍ବାଚିତ ହୋଇ ୧୯୭୨ରୁ ୭୩ ଓ ୭୪ରୁ ୭୬ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇ ସଫଳତାର ସହିତ କାର୍ଯ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ

ଉପାଧ୍ୟକ୍ଷ ଅଧ୍ୟାପକ ସରୋଜ ଦାସ, ସମ୍ମାନୀୟ ଅତିଥିଭାବେ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା,ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଅଧ୍ୟାପିକା ଅଂଜଳୀ ରାଉତ,ଅଧ୍ୟାପିକା ଆରତୀ ପଣ୍ଡା ଓ କ୍ରୀଡାଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସ ପ୍ରମୁଖ

ଆଲୋଚନାରେ ଅଂଶଗ୍ରହଣ କରି ଭୂସଂସ୍କାର ଆଇନ ପ୍ରଚଳନ, ମହାଜନି ପ୍ରଥା ଉଚ୍ଛେଦ , ସିଲିଂ ବହିଃଭୂତ ଜମିକୁ ଧନୀମାନଙ୍କ ଠାରୁ ଆଣି ଭୂମିହୀନ ଓ ଋଷୀକୁ ବଂଟନ ଇତ୍ୟାଦି ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରି ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲେ ବୋଲି ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୁଷ୍ମନ୍ତ ନାୟକ, ପ୍ରଶାନ୍ତ କୁମାର ଦାସ,ଅନିମା ନାୟକ,କବିତା ସାହୁ, ରେଣୁକା ଦାସ ସେମାନଙ୍କ ବକ୍ତବ୍ୟରେ ଶିକ୍ଷକ ସମାଜ ପାଇଁ ପ୍ରତ୍ୟେକ୍ଷ ଅନୁଦାନ ବ୍ୟବସ୍ଥା କରିବା ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରିଷ୍ଠ ସହାୟକ ସୁମନ୍ତ ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା