ଛତ୍ରପୁର ସହରରେ ସବିତା ଆରୋଗ୍ୟ କୁଟୀର ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ଶୁଭ ଉଦ୍ଘାଟନ
ଛତ୍ରପୁର ତା ୪/୮/୨୫(ଅରୁଣ କୁମାର ପଣ୍ଡା)ରଵିବାର ଦିନ ସନ୍ଧ୍ୟା ୫ଘଟିକା ସମୟରେ ଛତ୍ରପୁର ଏନ୍.ଏ.ସି. ଅନ୍ତର୍ଗତ ଓ୍ବାଡ଼ ନଂ ୮କୋର୍ଟ ଷ୍ଟେସନ ସାହି କୋଠଘର ଶ୍ରୀ ଭେଙ୍କଟ ମହାଲକ୍ଷ୍ମୀ ନିଳୟମ୍ ରେ ଯୁବ ଜ୍ୟୋତିଷୀ ଦୀପକ କୁମାର ଦାଶ ଓ ବ୍ରହ୍ମପୁର ସହରର ସଫଳ ଆୟୁର୍ବେଦ ଡ଼ାକ୍ତର ଶ୍ରୀ ସୁଧୀର କୁମାର ସାହୁଙ୍କ ମିଳିତ ଉଦ୍ୟମରେ ଜ୍ୟୋତିଷୀ ଦୀପକ କୁମାର ଦାଶଙ୍କ ମାତା ୰ସଵିତା ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ଆୟୁର୍ବେଦ ଚିକିତ୍ସା ସେବା ଅନୁଷ୍ଠାନ ସବିତା ଆରୋଗ୍ୟ କୁଟୀର ମହାସମାରୋହରେ ଉଦ୍ଘାଟନ ହୋଇଅଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ମାନ୍ୟବର କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଅନୁଷ୍ଠାନକୁ ଶୁଭ ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଭାଗବତ ଭାସ୍କର ପଣ୍ଡିତ ଶ୍ରୀ ଜଗନ୍ନାଥ ପଣ୍ଡା, ତରୁଣ ସନ୍ୟାସୀ ସ୍ଵାମୀ ସନ୍ନୀଷ୍ଠାନନ୍ଦ ସରସ୍ବତୀ, ବଦ୍ରିକା ଆଶ୍ରମ ହିମାଳୟ, ଛତ୍ରପୁର ଓକିଲ ଵାର ସଂଘର ସଭାପତି ଆଇନଜୀବୀ ପ୍ରଦୀପ ପାଢ଼ୀ, ପ୍ରେସ୍ କ୍ଲବ୍ ର ସଭାପତି ଶ୍ରୀ ରଵୀନ୍ଦ୍ର ପଣ୍ଡା, ଆଇନଜୀବୀ ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶ ଦାତା ଓ ଲୋକ ସମ୍ପର୍କ ଅଧିକାରୀ ବି. ଶ୍ରୀନିବାସ, ଛତ୍ରପୁର ସହରର ଵରିଷ୍ଠ ଆଇନଜୀବୀ ଓ ନୋଟାରୀ ଶ୍ରୀ ବୀଜୟକୃଷ୍ଣ ପଟ୍ଟନାୟକ, ଡ଼ାକ୍ତର ସୁଧୀର କୁମାର ସାହୁ, ଵେଦପାଠୀ ପଣ୍ଡିତ ଶ୍ରୀ ସୁମନ ପଣ୍ଡା ଓ ମନୋରଞ୍ଜନ ଦାଶ, ସବିତା ଆରୋଗ୍ୟ କୁଟୀର ର ମୁଖ୍ୟ ପୃଷ୍ଠ ପୋଷାକ ତଥା ଜ୍ୟୋତିଷ ଶ୍ରୀ ଦୀପକ କୁମାର ଦାଶଙ୍କ ପିତା ଶ୍ରୀ ପ୍ରମୋଦ କୁମାର ଦାଶ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ଶ୍ରୀ ଗୁପ୍ତ ପ୍ରସାଦ ପଣ୍ଡା, ମା’ ରାମଚଣ୍ଡୀ ଶକ୍ତିପୀଠର ସଂଯୋଜକ ଶ୍ରୀ କମଳ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ଵରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାରଣା, ସରୋଜ ସାମଲ, ସନ୍ତୋଷ କୁମାର ସାହୁ, କେ.ସତ୍ୟ ନାରାୟଣ ରେଡ଼୍ଡୀ, ଅଶୋକ ରଥ, ସମ୍ମାଜସେବୀ ଅଟ୍ଟଳ ପଟ୍ଟନାୟକ, ପ୍ରଫୁଲ୍ଲ ମହାରଣା, ରାମଚଣ୍ଡୀ ପୂଜା କମିଟି ର ସମସ୍ତ ସଦସ୍ୟ ଆଦି ଵହୁ ମାନଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ରେ ଅନୁଷ୍ଠାନ ଵହୁ ସୁନ୍ଦର ଭାଵେ ଉଦ୍ଘାଟିତ ହୋଇଥିଲା । ଵିଧାୟକ ଅନୁଷ୍ଠାନ ନିମନ୍ତେ ବିଧାୟକ ପାଣ୍ଠିରୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସର୍ବ ସମ୍ମୁଖରେ ପ୍ରତିଶ୍ରୁତି ଦେବା ଵେଳେ, ସନ୍ଥ ମହୋଦୟ ତାଙ୍କ ଗୋଶାଳା ପକ୍ଷରୁ ବିଭିନ୍ନ ସହଯୋଗର ହାତ ଵଢାଇଲେ । ପରିଶେଷରେ ଶ୍ରୀ କମଳ ପଣ୍ଡା ମହୋଦୟ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସମାପନ ହେଲା । ଏହି ଅନୁଷ୍ଠାନର ପ୍ରତ୍ୟେକ ଶନିବାର ସନ୍ଧ୍ୟା ୬.୩୦ରୁ ରାତ୍ର ୮ ଘଟିକା ଆୟୁର୍ବେଦ ପଦ୍ଧତି ରେ ସମସ୍ତ ରୋଗର ସଫଳ ଚିକିତ୍ସା କରିବା ପାଇଁ ସମସ୍ତଙ୍କ ଉପସ୍ଥିତରେ ସ୍ଥିର ହେଲା ।
