ଆନ୍ଧ୍ର ପ୍ରଦେଶର ବାପଟ୍ଲା ପଥର ଖାଦାନରେ ବିସ୍ଫୋରଣ: ଦୁର୍ଘଟଣାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ*
ମୃତକଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଥିବା ଜଣାପଡ଼ିଛି । ଦୁଇ ଓଡ଼ିଆ ମୋହନାର ବୋଲି ଜଣାପଡ଼ିଛି । ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଆଲୋରା ଗ୍ରାମର ଭାସ୍କର ଦଳାଇ ଓ ଟୁକୁନା ।
ଆନ୍ଧ୍ର ପ୍ରଦେଶରେ ପଥର ଖାଦାନରେ ଅଘଟଣ । ପଥର ତଳେ ଚାପି ହୋଇ ୯ ଶ୍ରମିକଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଥିବା ଜଣାପଡ଼ିଛି । ଦୁଇ ଓଡ଼ିଆ ମୋହନାର ବୋଲି ଜଣାପଡ଼ିଛି । ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଆଲୋରା ଗ୍ରାମର ଭାସ୍କର ଦଳାଇ ଓ ଟୁକୁନା । ଦୁଇ ଯୁବକ ସେଠାରେ ଏକ ପଥର କୁଆଁରିରେ କାମ କରୁଥିବା ବେଳେ ପଥର ଚାପି ହୋଇ ଯାଇଥିଲା । ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁଇଜଣଙ୍କ ମୃତ ଶରୀର ଆଣିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚଷା ନିମଖଣ୍ଡି ଗ୍ରାମର ଚାରିଜଣ, କୁରୁବୁଲି ଗ୍ରାମର ଦୁଇଜଣ ଓ ସିନ୍ଧବା ଗ୍ରାମର ଜଣେ ମୃତ ହୋଇଥିବା ସୂଚନା । ଗୁରୁତର ଆହତଙ୍କୁ ନରସାରାଓପେଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ । ଉଚିତ ଚିକିତ୍ସା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
