March 11, 2026

ମେଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ..

IMG-20250803-WA0047
Share

 

 

ବେଗୁନିଆ , ୦୩/୦୮(ଉପାନ୍ତ ଖବର):ବେଗୁନିଆ ସ୍ଥିତ ସମାଜସେବୀ ବିଶ୍ୱରଂଜନ ସ୍ମାରକ ନିଧି ଆନୁକୂଲ୍ୟରେ ସମ୍ପାଦକ ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କ ଆବାହକତ୍ୱରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ତତ୍ତ୍ଵାବଧାନରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ମଣ୍ଡଳ ସ୍ତରୀୟ ମେଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ

ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମୁଖ୍ୟ ବକ୍ତା, ପ୍ରାକ୍ତନ ବୋଲଗଡ଼ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସଂଯୋଜକ

ପଦ୍ମ ଚରଣ ବେହେରା, ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ହରି ପ୍ରସାଦ ଦାସ, ବେଗୁନିଆ ବ୍ଲକ ଓଷ୍ଟା ସଭାପତି ଗଣେଶ୍ଵର ମିଶ୍ର, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ

ଶିବ କୁମାର ମୁନି, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସମ୍ପାଦକ ଦେବଶିଷ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।ଶିକ୍ଷକ

ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ତାହାପରେ ସ୍ବର୍ଗତ ବିଶ୍ୱରଂଜନ ପଟନାୟକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବେଗୁନିଆ ମଣ୍ଡଳ ଅନ୍ତର୍ଗତ ୩୦ଟି ମାଧ୍ୟମିକ ବିଦ୍ୟାଳୟର ୨୦୨୫ ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ୩୦ ବିଦ୍ୟାର୍ଥୀ ଏବଂ ଅବଶିଷ୍ଟ ଏ1 ଗ୍ରେଡ ପ୍ରାପ୍ତ ହୋଇଥବା ୪ଜଣ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଅଭିନନ୍ଦନିକା, ଟ୍ରଫି ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତି ସଫଳ ବିଦ୍ୟାର୍ଥୀଙ୍କୁ ଅତିଥି, ସ୍ମାରକ ନିଧିର

ସଭ୍ୟସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ କରିଥିବା ଅନ୍ତିମ ଉପଦେଶ ବାଣୀ ଲିଖିତ ପତ୍ର ବିତରଣ କରାଯାଇଥିଲା। ଉକ୍ତ ଉତ୍ସବରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ

ମାନଙ୍କ ପିତାମାତା, ସମସ୍ତ ସାଧନ

କେନ୍ଦ୍ର ଉପସ୍ଥିତ ଥିଲେ ।ଏଥରେ ଶିକ୍ଷୟିତ୍ରୀ ରେସ୍ମା ରାଣୀ ପାଇକରାୟ, ସୁରଜିତା ଦଳେଇ, ସୁନିତା ପୃଷ୍ଟି, ଆଶା ମୁର୍ମୁ ଓ ଲକ୍ଷ୍ମୀ ପ୍ରିୟା ତ୍ରିପାଠୀ ଓ ଶିକ୍ଷକ ଶ୍ରୀକାନ୍ତ

ପଣ୍ଡା ସହଯୋଗ କରିଥିଲେ । ଅଜିତ କୁମାର ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ମାନସ ରଂଜନ କର

You may have missed