ଉମରକୋଟ ରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ବଣ୍ଟନର ସିଧା ପ୍ରସାରଣ……..

IMG-20250803-WA0037
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ବଣ୍ଟନର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ । ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ହଜାର ୫ଶହ କୋଟିରୁ ଅଧିକ ରାଶି ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି।ଚାଷୀଙ୍କ ଖାତାକୁ ଯାଇଛି ପିଏମ୍ କିଷାନ ନିଧିର ୨୦ତମ କିସ୍ତି । ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ଉପକୃତ ହେବେ। ଉତ୍ତରପ୍ରଦେଶ ରାଜ୍ୟର ବାରାଣାସୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ୍‌ କିଷାନ ନିଧି କିସ୍ତି ପଠାଇଛନ୍ତି । ପିଏସ୍ କିଷାନ ସମ୍ମାନ ନିଧି ଅଧୀନରେ ଏବେ ସୁଦ୍ଧା ୩ଲକ୍ଷ ୭୦ ହଜାର କୋଟି ଟଙ୍କାର ସମ୍ମାନ ରାଶି ଦିଆଯାଇଛି । ଏହା ବିଶ୍ବର ସବୁଠୁ ବଡ଼ ଡାଇରେକ୍ଟ ବେନିଫିଟ ଯୋଜନା । ଏଥିରେ ୮୫ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ । ପିଏମ୍ କିଷାନର ୪ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ହିତାଧିକାରୀ ରହିଥିବା ପ୍ରକାଶ। ଉମରକୋଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡଃ ଶଶାଙ୍କ ଲେଙ୍କା ଅଧକ୍ଷତା କରି ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପରିତୋଷ ମୁର୍ମୁ, ରୁଦ୍ର ପ୍ରସନ୍ନ ମହାଳିକ, ବୀଣାପାଣି ତରିଆ, କୃଷି ଯନ୍ତ୍ରପାତି ଯନ୍ତ୍ରୀ ଇଂ ସ୍ଵାଗତିକା ମଲ୍ଲିକ, ରତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶିତ ବୈଜ୍ଞାନିକ ପଦ୍ଧତିରେ ଚିନାବାଦାମ ଚାଷ ପୁସ୍ତକ ଉନ୍ମୋଚନ ହୋଇଥିଲା।

ଏଥିରେ ୬୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଯୋଗଦେଇ ଦେଇଥିବା ବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ୧୦୦ ରୁ ଊର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

You may have missed