ଅବସର କାଳୀନ ସଭାରେ ନିଜେ ଅବସର ପ୍ରାପ୍ତ ସ୍ଵତନ୍ତ୍ର ପଦାଧିକାରୀ କଲେ ରକ୍ତଦାନ ..

ନିଜ ଅବସର କାଳୀନ ସଭାରେ ନିଜେ ରକ୍ତ ଦାନ କରି ନେଲେ ବିଦାୟ । ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ । ଗତକାଲି 31/07/25ରେ କାର୍ଯ୍ୟାଳୟର ସ୍ଵତନ୍ତ୍ର ପଦାଧିକାରୀ ଶ୍ରୀ ବନମାଳୀ ଭୂୟାଁ ନିଜ ଚାକିରିରୁ ଅବସର ନେଲେ । ତାଙ୍କରି ବିଦାୟକାଳୀନ ସଭାରେ ନିଜ ସହକର୍ମୀ ମାନଙ୍କ ସହ ମିଶି ନିଜେ ରକ୍ତଦାନ କରିଛନ୍ତି ଶ୍ରୀ ଭୂୟାଁ । ଏହି କାର୍ଯ୍ୟକ୍ରମରେ ଅଂଶୁମାନ ମହାପାତ୍ର ,PA,ITDA, ପାରଳାଖେମୁଣ୍ଡି, କାର୍ଯ୍ୟାଳୟର ସମସ୍ତ କର୍ମଚାରି ,ତଥା PVTG ଗ୍ରାମର ସଦସ୍ୟ ମାନେ ,ସ୍ଥାନୀୟ EMRS ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ ବେହେରା । ସେରଙ୍ଗ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସମସ୍ତ କର୍ମଚାରୀ , ଉପସ୍ଥିତ ରହି ଶ୍ରୀ ଭୂୟାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ତତ୍ ସହିତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଡ଼ା.ଜୟପ୍ରକାଶ ସେଠି ଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ବ୍ଲଡ଼ ବ୍ୟାଙ୍କ ଲାବ ଟେକ୍ନିସିଆନ୍ ଖଗେଶ୍ବର ବେହେରା ଙ୍କ ଦ୍ଵାରା 36 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସର୍ବପ୍ରଥମେ ଅବସର ନେଇଥିବା ସ୍ଵତନ୍ତ୍ର ପଦାଧିକାରୀ ପ୍ରଭୁ ଜଗତନାଥ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ନିଜେ ରକ୍ତଦାନ କରିଥିଲେ । ଏପଟେ ଗତକାଲି ତାଙ୍କରି ଅବସର କାଳୀନ ଦିବସ ଥିବା ବେଳେ ଆଜି ତାଙ୍କରି ଜନ୍ମ ଦିନ ମଧ୍ୟ ଥିଲା । ସମସ୍ତ କର୍ମଚାରୀ ତଥା ସହକର୍ମୀ ମାନଙ୍କ ସହ ନିଜ ଜନ୍ମଦିନ ପାଲନ କରିବାସହ ରକ୍ତଦାନ ମଧ୍ୟ କରିଥିଲେ । ଏହା ସମସ୍ତ କର୍ମଚାରୀ ଓ ସହକର୍ମୀ ମାନଙ୍କ ଏକ ସୁନ୍ଦର ବାର୍ତ୍ତା ଓ ଆମ ଜୀବନ ସଦା ସର୍ବଦା ଅନ୍ୟମାନଙ୍କ ଲାଗି ଉତ୍ସର୍ଗିତ ବୋଲି କହି ଜିଜ କୋହ ସମ୍ଭାଳି ପାରିନଥିଲେ ଶ୍ରୀ ଭୂୟାଁ ।
