November 16, 2024
Share

╭───────────────────╮
🌄ସକାଳର ଖବର, ୨୪-ଏପ୍ରିଲ-୨୦୨୩, ସୋମବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହେଲା ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ବାହ୍ୟ ଚନ୍ଦନଯାତ୍ରା ଓ ତିନି ରଥର ନିର୍ମାଣ କାର୍ଯ୍ୟ l ସୁନା କୁରାଢ଼ୀରେ ଶୁଭ ଦେଲେ ବିଶ୍ୱକର୍ମା ମହାରଣା l

➡️୨-ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଓୟୁଏଟି ପରିସରରେ ଶଙ୍ଖ ଭବନ, ଅଖିମୁଠି ଅନୁକୂଳ, କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଉଠିଲା ଥାଳ, ମାସେ ପରେ ଦେବ ଦମ୍ପତିଙ୍କ ଲୌକିକ ପରଂପରାରେ ବିବାହ l

➡️୪-ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ l ୧୩ରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା l

➡️୫-ଏଣିକି ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ବ୍ୟବସାୟ ପାଇଁ ବାଧ୍ୟତାମୂଳକ ହେଲା ଲାଇସେନ୍ସ ।

➡️୬-ଦେଶର ବିଭିନ୍ନ ସ୍ଥାନରେ ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ । ପାଖାପାଖି ହେଲେ ଚନ୍ଦ୍ର ଓ ଶୁକ୍ର l

➡️୭-ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୮-ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଶିବଗଙ୍ଗା ପୁଷ୍କରଣୀରେ ଚାପ ଖେଳିଲେ ହରଗୌରୀ l

➡️୯-ସୁଧୁରୁଛି ସମ୍ବଲପୁରର ସ୍ଥିତି, କୋହଳ ହେଉଛି କଟକଣା । ୧୧ ଦିନ ପରେ ଫେରିଲା ମୋବାଇଲ୍ ଇଣ୍ଟରନେଟ୍ ସେବା ।

➡️୧୦-ପିପିଲି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଲିପଡା ଛକ ଠାରେ ଅକ୍ଷିମୁଠି ଅନୁକୂଳ କଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ l

➡️୧୧-ଟାଟା ଗ୍ରୁପ୍‌ର ଷ୍ଟାରବକ୍ସକୁ ଟକ୍କର ଦେବା ପାଇଁ କଫି ବ୍ୟବସାୟରେ ପ୍ରବେଶ କଲେ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ l

➡️୧୨-ଦକ୍ଷିଣ ଆଫ୍ରିକାରରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିବା ଅନ୍ୟତମ ଆଣ୍ଡିରା ଚିତା ବାଘ ‘ଉଦୟ’ର ହେଲା ମୃତ୍ୟୁ ।

➡️୧୩-ଖୁବ୍‌ଶୀଘ୍ର ଖୁଚୁରା ବାଣିଜ୍ୟ ନୀତି ଘୋଷଣା କରିବେ ସରକାର, ଜିଏସଟିରେ ପଞ୍ଜିକୃତ ବ୍ୟବସାୟୀଙ୍କୁ ମିଳିବ ବୀମାର ଲାଭ l

➡️୧୪-ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼, ସପ୍ତାହେ ଯାଏଁ ଲାଗିଛି ଅଫର l କେବଳ ଦିଲ୍ଲୀରେ ବିକ୍ରି ହୋଇଗଲା ୨୫୦ କୋଟି ଟଙ୍କାର ସୁନା l

➡️୧୫-ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

➡️୧୬-ଋଣ ଉପରେ ରାଜ୍ୟ ଲଗାମ୍ ନ ଲଗାଇଲେ ବିକାଶ ହାର ଉପରେ ପଡ଼ିବ ପ୍ରଭାବ, ଏ ନେଇ RBI ଦେଲା ଚେତାବନୀ l

➡️୧୭-ସୁଦାନରେ ଫସି ରହିଥିବା ପ୍ରାୟ ୪୦୦୦ରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ l

➡️୧୮-ଆଜି କ୍ରିକେଟ ର ବାଦଶାହ ବୋଲାଉ ଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକଙ୍କ ଜନ୍ମଦିନ l

➡️୧୯-ଆଇପିଏଲ ୩୨ତମ ମ୍ୟାଚ ରେ ଶେଷ ପର୍ଯ୍ୟନ୍ତ ଲଢିଲା ରାଜସ୍ଥାନ, ଡୁପ୍ଲେସିସ୍‌ଙ୍କ ବ୍ୟାଟିଂ ଦମରେ ଜିତିଲା ବାଙ୍ଗାଲୋର l

➡️୨୦-ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୩୩ତମ ମ୍ୟାଚ୍‌ରେ ଗତକାଲି କୋଲକାତା ନାଇଟ୍‌ ରାଇଡର୍ସକୁ ୪୯ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ମାନବ ଏକତା ଦିବସ ।।
🔅 ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ।।
🔅ଆଜି ବିଶ୍ୱ ଲାବୋରେଟୋରୀ ପ୍ରାଣୀ ଦିବସ ।।
🔅ଆଜି ଶ୍ରୀ ସତ୍ୟସାଇ ବାବା ପୁଣ୍ୟତିଥି ll
🔅ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜନ୍ମଦିନ ।।

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll