April 29, 2026

ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସିଆର୍‌ପି. ସିଏମ୍. ଆସୋସିଏସନ୍ ପକ୍ଷରୁ୍ ଦାବି ପତ୍ର ପ୍ରଦାନ

IMG-20250730-WA0030
Share

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ )

ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସିଆର୍‌ପି. ସିଏମ୍. ଆସୋସି ଏସନ୍ ବ୍ଳକ ସଭାନେତ୍ରୀ ମାଳତୀ କାଡରାକା ସମ୍ପାଦିକା ନନ୍ଦିନୀ କୁଲେସିକା, କୋଷାଧ୍ୟକ୍ଷ ସରୋଜିନୀ ମାଣ୍ଡାଙ୍ଗି ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ରୀନା ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସିଆରପି ସିମ୍ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ , ଉପସଭାନେତ୍ରୀ ପଙ୍କଜିନୀ ନାଗ , ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ଯାଗାମା ପେରିସିକା ଯୋଗଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଆର୍‌ପି.ସିଏମ୍. କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ସେମାନଙ୍କର କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । କିନ୍ତୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଅଣଦେଖାକୁ ଦୃଢ଼ ନିନ୍ଦା କରିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ‌ଏହାର ସମାଧାନ ନକରନ୍ତି ତାହାହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜୋତ୍ସନା ବେଉରୂ, ଜୟନ୍ତୀ ମାଣ୍ଡାଙ୍ଗୀ, ଗାୟତ୍ରୀ ମହାନଦ୍ଦାଆ , କବିତା ମାଣ୍ଡାଙ୍ଗି, ସେବତୀ ମାଣ୍ଡାଙ୍ଗୀ, ପରିଚାଳନା କରିଥିଲେ ବେଳେ କାର୍ଯ୍ୟକ୍ରମରେ ବ୍ଳକରେ କାର୍ଯ୍ୟରତ ସମସ୍ତ ସିଆର୍‌ପି. ସିଏମ୍ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଦାବି ମଧ୍ୟରେ ସିଆର୍‌ପି. ସିଏମ୍. ମାନଙ୍କ ପାଇଁ ଇନ୍‌ସେନ୍‌ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ । ଏଥି ସହ ଅନ୍‌ଲାଇନ୍ କାର୍ଯ୍ୟ ପାଇଁ ଟାବ୍‌ଲେଟ୍‌ ମେସିନ୍ ପ୍ରଦାନ କରାଯିବା, ସିଆର୍‌ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ ସିଆର୍‌ପି. ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଥିଲା।

You may have missed