କଲେଜ ରେ ଅଣଛାତ୍ର ଙ୍କ ଅବାଧ ପ୍ରବେଶ ଉପରେ ରୋକ ଲାଗୁ ଗେଟ ରେ ସୁରକ୍ଷା କର୍ମୀ ନିୟୋଜିତ ପାଇଁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ l ( ଅଣଛାତ୍ର ଙ୍କ ପାଇଁ କଲେଜ ପ୍ରବେଶ ନିଷେଧ ପାଇଁ ଅଧକ୍ଷା ଙ୍କୁ ଦେଲେ ଦାବିପତ୍ର )
ଗୋପ :- ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ କେତେ ସୁରକ୍ଷିତ ? ଗତ କିଛି ଦିନ ପୂର୍ବରୁ ପୁରୀ ର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବା ( ଏସ ସି ଏସ ) କଲେଜ ରେ ଅଣଛାତ୍ର ଙ୍କ ପ୍ରବେଶ ଦ୍ଵାରା ଅଧୟନରତ ଛାତ୍ର ଛାତ୍ରୀ ଙ୍କୁ ଆକ୍ରମଣ ହୋଇଥିଲା l ତାର ପୁନରାବୃତ୍ତି ଣ ହେଵା ପାଇଁ ଆଜି ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ କଲେଜ ମୁଖ୍ୟ ଫାଟକ ଆଗରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଶାନ୍ତପୁର୍ଣ୍ଣ ଭାବେ ଧାରଣା l ବିଗତ ଦିନ ରେ ଉକ୍ତ ମହାବିଦ୍ୟାଳୟ ରେ ଅନେକ ଥର ଅଣଛାତ୍ର ମାନଙ୍କ ଦ୍ଵାରା ଆକ୍ରମଣ ହୋଇଛି l ତାର କୌଣସି ସୁଫଳ ମିଳିନଥିଲା । ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କଲେଜ ର ଅଧ୍ୟକ୍ଷା ଙ୍କୁ ଏନେଇ ବାରମ୍ବାର ଦାବି ପତ୍ର ଦେବା ପରେ ମଧ୍ୟ କଲେଜ ଗେଟ ରେ ସୁରକ୍ଷା କର୍ମୀ ମୁତୟନ ନ ହେବାରୁ ଛାତ୍ର ଛାତ୍ରୀ ମାନେ ଆଜି ବାଧ୍ୟ ହୋଇ ମୁଖ୍ୟ ଫାଟକ ତାଲା ପକାଇ ଧାରଣାରେ ବସି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମହାବିଦ୍ୟାଳୟର ସମସ୍ତ ଛାତ୍ର ନେତା ମାନେ ଏକତ୍ରିତ ହୋଇ କଲେଜ କତୃପକ୍ଷ ଙ୍କୁ ଅନୁଷ୍ଠାନ ର ସୁରକ୍ଷା ଏବଂ ବିଶେଷ କରି ଛାତ୍ରୀ ମାନଙ୍କ ସୁରକ୍ଷା କୁ ନେଇ ସ୍ୱର ଉଠାଥିଲେ। କଲେଜ ର ଉଭୟ ପାର୍ଶ୍ଵ ଥିବା ଗେଟ ରେ ସୁରକ୍ଷା କର୍ମୀ ନଥିବାରୁ କଲେଜ କୁ ଅବାଧ ଅଣଛାତ୍ର ମାନେ ପ୍ରବେଶ କରି ଝିଅ ମାନଙ୍କୁ କମେଣ୍ଟ ପାସ୍ କରିବା ସହ ଉପଦ୍ରଵ କରୁଥିବାରୁ ଏହାକୁ ନେଇ ଆଜି ଏହି ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି। ତେଵେ ଆନ୍ଦୋଳନ ବେଳେ ମହାବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ବୁଝା ସୁଝା କରି ଧାରଣାରୁ ଉଠାଇ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ଜଗା ରଖା ପାଇଁ କଲେଜ ପକ୍ଷରୁ ଦାୟିତ୍ୱ ଦିଆଯିବା ସହ ସରକାରୀ ସ୍ତରରୁ ସୁରକ୍ଷା କର୍ମୀ କଲେଜକୁ ନିଯୁକ୍ତି ଦିଆ ନଯିବା ଯାଏଁ ଅସ୍ଥାୟୀ ରୂପେ ଉକ୍ତ କଲେଜର କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ବର୍ତ୍ତମାନ ନିମାପଡା କଲେଜ ର ପିଲା ଙ୍କ ସଂଖ୍ୟା ପ୍ରାୟତଃ ୭ ହାଜର ରୁ ଉଦ୍ଧ ହେଵ I କଲେଜ ଟି ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରି ବଡ଼ ବଡ଼ ନାମୀ ସ୍ବୟଂଶାସିତ ମହାବିଦ୍ୟାଳୟ କୁ ପଛରେ ପକାଉଛି l କିନ୍ତୁ ଦୁଃଖର କଥା ୭ ହାଜର ପିଲାଙ୍କୁ ମହାବିଦ୍ୟାଳୟ ସୁରକ୍ଷା ଦେବାପାଇଁ ଦୁଇଟି ସ୍ଥାୟୀ ସୁରକ୍ଷା କର୍ମୀ ମଧ୍ଯ ନିଯୁକ୍ତ ହୋଇନାହାନ୍ତି l ଯାହା ଅତ୍ୟନ୍ତ ଦୁଃଖଦ ଏବଂ ଆଲୋଚନ ର ବିଷୟ ମଧ୍ଯ I ଇତିହାସ ରେ କଲେଜ ମହାବିଦ୍ୟାଳୟରେ ଯେତେ ଗଣ୍ଡଗୋଳ ବା ଛାତ୍ର ହିଂସା ହେଇଛି ପ୍ରାୟ ସବୁଥ୍ରେ ଅଣଛାତ୍ର ଙ୍କ ସଂପୃକ୍ତି ଥିବାର ସୂଚନା ମିଳିଛି I ଖାଲି ସେତିକି ନୁହେଁ ଅନେକ ସମୟରେ ବହୁତ ଅସାମାଜିକ ବ୍ୟକ୍ତି ମଧ୍ଯ ମଦ୍ୟପାନ, ଧୂମପାନ କରି କଲେଜ ରେ ବସା ଉଠା କରିବା ବି ଦେଖିବାକୁ ମିଳେ । ଆଗକୁ ଛାତ୍ର ସଂସଦ ନିର୍ବାଚନ ସମ୍ଭାବନା ଥିବାରୁ ଏବେଠୁ ପରିସର ଯେତିକି ସରଗରମ୍ ହେଲାଣି ତାଠୁ ଅଧୂକ ଅଣଛାତ୍ର ଙ୍କ ପ୍ରବେଶ ଓ ହିଂସା ରୁ ଏହି ସମସ୍ୟା ର ଆଶଙ୍କା ବଢ଼ିଲାଣି I ସମାଧାନ ନିମନ୍ତେ ବହୁବାର ପୂର୍ବ ଅଧ୍ଯକ୍ଷା ଶ୍ରୀମତୀ ପୁଷ୍ପିତା ରାଜଗୁରୁ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଛାତ୍ର ଛାତ୍ରୀ ମାନେ l ଆଗାମୀ ୭ ଦିନ ଭିତରେ ଦାବୀ ପୁରାଣ ଣ ହେଲେ ରାଜରାସ୍ତା ରେ ଆନ୍ଦୋଳନ କରିବୁ ବୋଲି ଛାତ୍ର ନେତା କହିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
