April 27, 2026

ଖଟୁଆକୁଦା ଗାଁରୁ ବାଇକ ଚୋରୀ ଅଭିଯୋଗ ..

IMG-20250728-WA0002
Share

 

 

ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)

ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମରୁ ଗତ କାଲି ବିଳମ୍ବିତ ରାତିରେ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି ଫାଣ୍ଡି ରେ l ଏନେଇ ଗାଡି ମାଲିକ ଆଲୋକ ନାହାକ ରବିବାର ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ଗାଡି ନଂ ଓଡ଼ି 07ଟି 2287 ଗାଡି ପ୍ରତି ଦିନ ଘର ଆଗରେ ରଖି ଆସୁଥିଲେ l ଶନିବାର ବିଳମ୍ବିତ ରାତିରେ କେହି ଦୃବୁତ୍ତ ଚୋରୀ କରି ନେଇ ଯାଇଥିବା ଏବଂ ଚାରିଆଡେ ଖୋଜା ଖୋଜି କରିଥିଲେ l ଗାଡିର କୌଣସି ସୁରାକ ନମିଳିବା ପରେ ନିରୁପାୟ ହୋଇ ହୁମା ଫାଣ୍ଡିରେ ଅଭିଯୋଗ କରିଲେ ବୋଲି ଆଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗାଁ ରୁ ପ୍ରଥମ ଥର ପାଇଁ ବାଇକ ଚୋରୀ ହୋଇଛି ବୋଲି ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ର୍ରଧାନ ସୂଚନା ଦେଇଛନ୍ତି l