ପୁରୀରେ ଇନ୍ନର ହୁଇଲ କ୍ଳବ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ l

ପୁରୀସହରରେ ୧୯୬୯ ମସିହାରେ ପ୍ରତିଷ୍ଠିତ ପୁରୀ ରୋଟାରୀ କ୍ଲବ ଓ ପୁରୀ ଇନରହ୍ବିଲ୍ କ୍ଲବ ଙ୍କ ଯୁଗ୍ମ ଅଧିଷ୍ଠାନ ଉତ୍ସବ ଆଜି ସଂଧ୍ୟାରେ ହୋଟେଲ ହଲିଡେ ରିସର୍ଟ ର ହ୍ବାଇଟ୍ ହାଉସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପୁରୀ ଇନରହ୍ବିଲ୍ କ୍ଲବ ର ଅଧିଷ୍ଠାନ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ କୁ କ୍ଲବର ପ୍ରାକ୍ତନ ସଭାନେତ୍ରୀ ଅଳକାନନ୍ଦା ଦାଶ ସଂଯୋଜନା କରିଥିଲେ। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାଶ। ଚତୁର୍ଦ୍ଧାମୂର୍ତ୍ତି ଙ୍କ ଶ୍ରୀବିଗ୍ରହ ସମ୍ମୁଖରେ ଜ୍ୟୋତି ପ୍ରଜ୍ବଳନ, ଇନରହ୍ବିଲ୍ ପ୍ରାର୍ଥନା ଏବଂ ଇନରହ୍ବିଲ୍ ର ପ୍ରତିଷ୍ଠାତ୍ରୀ ମାର୍ଗାରେଟ ଗୋଲ୍ଡିଙ୍ଗ୍ ଙ୍କ ଫଟୋଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ଅୟମାରମ୍ଭ ହୋଇଥିଲା। ପରେପରେ କ୍ଲବର ବିଦାୟୀ ସଭାନେତ୍ରୀ ସରିତା ମିଶ୍ର ନୂତନ ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଙ୍କୁ ଏବଂ ବିଦାୟୀ ସଂପାଦିକା ବିଦ୍ୟୁତଲତା ପ୍ରତିହାରୀ ନୂତନ ସଂପାଦିକା ବେବି ମହାନ୍ତି ଙ୍କୁ କଲାର ପ୍ରଦାନ ପୂର୍ବକ ଏକବର୍ଷ ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ସଭାନେତ୍ରୀ ଶ୍ରୀମତୀ ପ୍ରତିହାରୀ ସମସ୍ତଙ୍କୁ ସ୍ବାଗତ କରି ତାଙ୍କ କାର୍ଯ୍ୟକାଳ ସମୟର ସମସ୍ତ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ନିଜର ବକ୍ତବ୍ୟ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାଶ ସମାଜର ସମସ୍ତ କ୍ଷେତ୍ରରେ ବାହ୍ୟ ଓ ମଧ୍ୟସ୍ଥ ବୃତ ଙ୍କ ସମନ୍ଵୟ ଦ୍ବାରା ହିଁ ବ୍ୟକ୍ତି, ସମାଜ ଓ ଦେଶ ଙ୍କ ସର୍ବାଙ୍ଗୀନ ସୁସ୍ଥତା ସମ୍ଭବ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାକ୍ତନ ସଭାନେତ୍ରୀ ପ୍ରତିମା ପତି, ପଦ୍ମିନୀ ପାତ୍ର, କବିତା ପାତ୍ର, ଡାକ୍ତର ସୁଖଜିତ୍ ସିଦ୍ଧୁକର ଏବଂ ପ୍ରିୟଙ୍କା ପାତ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥ ଧାମ ଓ ଶ୍ରୀକ୍ଷେତ୍ର ଇନରହ୍ବିଲ୍ କ୍ଲବ ଙ୍କ ସଭାନେତ୍ରୀ ଓ ସଂଖ୍ୟାଧିକ ସଦସ୍ୟା ନୂତନ ପଦାଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ କ୍ଲବ ପକ୍ଷରୁ ମଧ୍ୟ ଅନୁରୂପ ଢ଼ଙ୍ଗରେ ସେମାନଙ୍କ ସମେତ ଏକାଦିକ୍ରମେ ଦୁଇବର୍ଷ ଦାୟିତ୍ୱ ନିର୍ବାହ କରିଥିବା ବିଦାୟୀ ସଭାନେତ୍ରୀ ଶ୍ରୀମତୀ ସରିତା ଙ୍କୁ କୃତଜ୍ଞତା ସ୍ବରୁପ ସମ୍ବର୍ଦ୍ଧିତ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
