April 24, 2026

ଲରମ୍ଭା କଲେଜରେ ବନମହୋତ୍ସବ 

IMG-20250727-WA0033
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବନମହୋତ୍ସବ ପାଳିତ ହୋଇଯାଇଅଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛହିଁ ଥିବାରୁ ଏକ ସଚେତନତା ସଭା କରାଯାଇଥିଲା । ମଣିଷ ମରିଗଲେ ଗଛର କିଛି କ୍ଷତି ହେବ ନାହିଁ ଅଥଚ ଗଛ ମରିଗଲେ ମଣିଷର ବିନାଶ ବୋଲି ମତବ୍ୟକ୍ତ କରାଯାଇଥିଲା। ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ କୋଠରି , ମହୋଦଧି ଛାତ୍ରାବାସ , ନୂତନ ନିର୍ମାଣ କୋଠରି ଓ ପାଚେରୀ ନିକଟରେ ଶିଶୁ , ଅଁଳା, ଡାଳିମ୍ବ , ମେହେଗାନି, କୃଷ୍ଣଚୂଡ଼ା , ରାଧାଚୂଡା, ଦେବଦାରୁ , ବଉଳ ଆଦି ଚାରା ରୋପଣ କରାଯାଇଅଛି। ବରଗଡ ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ଚକୁଳି ଫାର୍ମ ଠାରୁ ଚାରା ସଂଗ୍ରହ କରାଯାଇଥିଲା। କଲେଜର ଜାତୀୟସେବା ଯୋଜନାର ଅଧିକାରୀ ଡଃ ଅଜିତ କୁମାର ନାଥ,ଶ୍ରୀ ଗଣେଶ ସିଂ, ଯୁବରେଡକ୍ରସ ଅଧିକାରୀ ସୁନୀଳ ପ୍ରଧାନ, ବୀଣା ମେହେର, ଏନ.ସି.ସି ଅଫିସର ପାଟମଞ୍ଜରୀ ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ.ସି.ସି ଆର୍ମି ଓ ନାଭାଲ, ଏନ. ଏସ.ଏସ , ଯୁବରେଡକ୍ରସ, ଛାତ୍ରାବାସର ଅନ୍ତେବାସୀ ମାନେ ଯୋଗଦେଇଥିଲେ। କଲେଜର କର୍ମଚାରୀ ଗିରିଧାରୀ ପୁଟେଲ ଓ ସମାଜସେବୀ ସୁବ୍ରତ ସାଲମା ସହଯୋଗ କରିଥିଲେ।

You may have missed