ସରକାରୀ ନିର୍ଦେଶର ଖୋଲା ଉଲଂଘନ କରୁଛନ୍ତି ଠିକାଦାର ରାଜ ରାସ୍ତାକୁ ଓଲ୍ହାଇବେ କୋଟପାଡ଼ ଜନସାଧାରଣ .
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମୁଖରେ ଚାଲିଛି ବିନା ସୂଚନା ଫଳକରେ ଓଏସଆରଟିସି ର ନିମ୍ନମାନର କାମ। ପରିଷଦ ର କୌଣସି ପ୍ଲାନ ଏପ୍ରୁଭାଲ ହୋଇନାହିଁ ବୋଲି ଉପାନ୍ତ ଖବର କାଗଜ ରେ ଏକ ବିସ୍ତୃତ ଖବର ପ୍ରସାର ହୋଇଥିଲା। ଏହାକୁ ନେଇ ସମସ୍ତ କାଗଜ ପତ୍ର ସହ ଟ୍ରେସ ମେପ ଇତ୍ୟାଦି ପରିଷଦ କାର୍ଯାଳୟ ରେ ଦାଖଲ କରିବା ପାଇଁ ନୋଟିସ ହୋଇଥିଲା I କିନ୍ତୁ ପରିଷଦର ନୋଟିସ କୁ ଖୋଲା ଉଲଂଘନ କରି କାମ ଚାଲିଥିବାରୁ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ଆରମ୍ଭ ହୋଇଯାଇଥିବାର ଜଣାଯାଇଛି। ଏ ନେଇ ଏନଏସି ନିର୍ବାହୀ ଅଧିକାରୀ କମେଲେସ ମହନ୍ତ ଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ସୁଦ୍ଧା କୌଣସି କାଗଜ ପତ୍ର ପ୍ରଦାନ ହୋଇ ନ ଥିବାର ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଦାୟିତ୍ୱ ରେ ଥିବା ସୁପରଭାଇଜର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିବାର ଜଣାଯାଇଛି। କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର I
