ମାତୃପୁରୀ ରେ ‘ ସ୍ମୃତିରେ କାଲାମ ‘ କାର୍ଯ୍ୟକ୍ରମ
ସୁରେନ୍ଦ୍ର କଠାର,ବରଗଡ
: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଏ.ପି. ଜେ.ଅବଦୁଲ କାଲାମଙ୍କ ଏକାଦଶ ପୁଣ୍ୟତିଥିରେ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀରେ ‘ସ୍ମୃତିରେ କାଲାମ୍ ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଓ ମନୋଜ୍ଞ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ରତନ ଦୀପ ଓ ସୁଦୀପ୍ କୁମାର ସାହୁଙ୍କ ପରିଚାଳନାରେ ତଥା ଶ୍ରୀ ନିରଂଜନ ପସାୟେତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନିରାକାର ବିଶି ,ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ,ହୀରାକୁଦ ନଦୀବନ୍ଧ ମଣ୍ଡଳ,ବୁର୍ଲା ,ସମ୍ମାନିତ ଅତିଥି ଭାବେ ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ,ଝରାପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ସଞ୍ଜୀବ କୁମାର ପ୍ରଧାନ,ଅତାବିରା ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଅଶୋକ କୁମାର ପ୍ରଧାନ,ସଭାପତି ଶ୍ରୀ ଶେଷଦେବ ନାଏକ,ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ,ଅଧ୍ୟକ୍ଷ ଶ୍ରୀ ବବୃବାହାନ ମିଶ୍ର , ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜୟଶ୍ରୀ ନନ୍ଦ ଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀମତୀ ଗିରିଜା ସାହୁ। ବିଜ୍ଞାନ ପ୍ରଦର୍ଶନୀର ସବଜୁନିଅର ବିଭାଗ ରେ ସୌରଭ, ପ୍ରତ୍ୟାୟିନି, ଅନ୍ୱେଷା,ଜୁନିଅର ବିଭାଗ ରେ ପ୍ରତ୍ୟୁଷ, ଅମ୍ରିତ,ଅଭିନବ, ସିନିୟର୍ ବିଭାଗରେ ଦିବ୍ୟାଶ୍ରୀ , ଆଶୁତୋଷ, ଖୁସବୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।କାର୍ଯକ୍ରମରେ ଅନୁଷ୍ଠାନର ରାମଚନ୍ଦ୍ର ପ୍ରଧାନ, ରତନ ଦୀପ, ଯୁଗଳ ସାହୁ, ମିନତୀ ଦାଶ ,ମାନସ ଦାନୀ , ଆଦିତ୍ୟ ମିଶ୍ର, ସୁନିଲ ଖମାରୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।
