April 23, 2026

ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା…. ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଦେଢ଼ କିମିର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

IMG-20250727-WA0031
Share

 

 

ପାରଳାଖେମୁଣ୍ଡି:୨୭/୭(ଗରୁଡ ଧ୍ୱଜ ଚୌଧୁରୀ) ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖା ଦେଇଛି. ରାସ୍ତାର ଦୁରାବସ୍ଥା ଯୋଗୁଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ ।ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମହାକୂପl ଗାଁରେ। ଶନିବାର ମଧ୍ୟାହ୍ନରେ ଗାଁର ମଥୁରା ଶବରଙ୍କ ପତ୍ନୀ ରଶ୍ମିତା ଶବରଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଓ ଆଶା କର୍ମୀ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ବର୍ଷାରେ ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡି ଥିବା ଯୋଗୁଁ ଗାଁ ଠାରୁ ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା । ବାଧ୍ୟ ହୋଇ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ,ଡ୍ରାଇଭର ସୁନୀଲ ମଣ୍ଡଳ ଓ ସହଯୋଗୀ ଜୟାବ ଦଳବେହେରା ଚାଲି ଚାଲି ଯାଇଥିଲେ ମହାକୂପା ଗାଁକୁ । ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବୋହି ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ. ଏହାପରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ରଶ୍ମିତା । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଆମ୍ବୁଲାନ୍ସ କର୍ମଚାରୀମାନେ ମହାନତାର ପରିଚୟ ଦେଇ ଗର୍ଭବତୀ ରଶ୍ମିତାଙ୍କୁ ବୋହି ଆଣିଥିବା ଯୋଗୁଁ ଅଞ୍ଚଳବାସୀ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି.

You may have missed