ବରିଷ୍ଠ ଶିକ୍ଷାବିତ୍ ବିରୂପାକ୍ଷ ରଥଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୁ୍ତି ସମ୍ମାନ ପ୍ରଦାନ
ବୁଗୁଡା:-ତା-୨୩-୦୪-୨୦୨୩
ବାଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟର ମୁଖ୍ଯ ସହାୟକ ତଥା ସଦାଶିବପୁର ଶାଶନର ବରିଷ୍ଠ ଶିକ୍ଷାବିତ୍ ସ୍ବର୍ଗତ ବିରୂପାକ୍ଷ ରଥଙ୍କ ଗତ ୧୨ ତାରିଖରେ ୭୧ବର୍ଷ ବୟଷରେ ଦେହାନ୍ତ ହୋଇ ଯାଇଥିଲା ଆଜି ତାଙ୍କ ଦ୍ବାଦଶାହ ତିଥିରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଠାରେ ସ୍ବର୍ଗତ ରଥଙ୍କ ସ୍ମୁ୍ତି ଚାରଣ ପୁର୍ବକ ଶ୍ରଦ୍ଧାଞ୍ଜଳି ସଭା କଲେଜ ଅଧ୍ଯକ୍ଷ ତଥା “ଘୁମୁସର ର ସ୍ବର” ସାହିତ୍ୟ ଗବେଷଣା ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ବାଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ବାଇଁ, ବରିଷ୍ଠ ସାହିତ୍ୟିକ ଓ କବି ଅନନ୍ତ କର, ବରିଷ୍ଠ ପ୍ରାକ୍ତନ ଶିକ୍ଷକ ସୁବାସ ଚନ୍ଦ୍ର ମହାରଣା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା, ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଶଙ୍କୁରୁ ହାଇସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ମୁ୍ତି ଚାରଣ କରିଥିବା ବେଳେ ନିରଞ୍ଜନ ଖାଡଙ୍ଗା, ରଘୁନାଥ ସାହୁ, ରମାକାନ୍ତ ରାଉତ, ଶିବରାମ ଗୌଡ ଓ ସ୍ବର୍ଗତ ରଥଙ୍କ ପୁତ୍ର, ଝିଅ-ଜ୍ବାଇଁ ଏବଂ ପରିବାର ବର୍ଗ ଯୋଗଦେଇ ସ୍ମୁ୍ତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବାଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ରଙ୍କୁ “ଘୁମୁସର ର ସ୍ବର” ପକ୍ଷରୁ ପ୍ରଥମ ସ୍ବର୍ଗତ ବିରୂପାକ୍ଷ ରଥ ସ୍ମୁ୍ତି ସମ୍ମାନ ପ୍ରଦାନ କରାଯାଇ ଥିଲା। ଶେଷରେ କଲେଜ ଡି.ଇ.ଓ ରମାକାନ୍ତ ରାଉତ ଧନ୍ଯବାଦ ଅର୍ପଣ କରିଥିଲେ( ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି)