ପିପୁଲ୍ସ କଲେଜରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ପ୍ରବେଶ ଉତ୍ସବ

ବୁଗୁଡ଼ା : ତା ୨୬/୦୭/୨୫ : : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଅକ୍ଷୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ବିଭାଗୀୟ ଅନୁଶାସନ ସମ୍ପର୍କେ ଅବଗତ କରାଯିବା ସହ ସେମାନେ ସମ୍ମୁଖୀନ ହେଉଥିବା ସମସ୍ଯାମାନ ସମ୍ପର୍କେ ଆଲୋଚନା କାଳରେ ଅଭିଭାବକମାନଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା । ପରିଶେଷରେ ବିଭାଗୀୟ ଶେଷ ବର୍ଷ ଛାତ୍ରୀ ରେଶମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
