ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

IMG-20250724-WA0041
Share

ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି। ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed