March 7, 2026

ଉମରକୋଟ ରେ ବେକରେ ଗାମୁଛା ବାନ୍ଧି ନାବାଳକ ଙ୍କ ଆତ୍ମହତ୍ୟା……..

hand
Share

 

 

ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ବେକରେ ଗାମୁଛା ବାନ୍ଧି ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ନାବାଳକ ଜଣକ ହେଲେ ଉମରକୋଟ ପୈାର ପରିଷଦ ୧୩ ନଂ ୱାର୍ଡର ବିବେକ କୁମାର ଯାଟ (୧୩)। ମିଳିଥିବା ସୂଚନା ଅନୁସାରେ ବିବେକ ଆଜି ସ୍କୁଲ ରୁ ଘରକୁ ଫେରୁଥିଲେ।୪.୩୦ମିନିଟ ସମୟରେ ପରିବାର ଲୋକଙ୍କୁ ବାଥରୁମ ଯାଉଛି କହି ଯାଇଥିଲେ। ଫେରିବାର ବିଳମ୍ବ ହେବାରୁ ପରିବାର ଲୋକେ କବାଟ ଖୋଲି ଦେଖିଲେ ଯେ ବିବେକ ବାଥରୁମ ଭିତରେ ଏକ ଦୁଲାମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ସଙ୍ଗେ ସଙ୍ଗେ ବିବେକ କୁ ଓଲ୍ହାଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ବିବେକକୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।