April 24, 2026

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ରକ୍ତ କର୍କଟ ରୋଗରେ ପୀଡତ ଛାତ୍ରଙ୍କୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କଲେ ସହପାଠୀମାନେ     

IMG-20250721-WA0025
Share

 

 

ପାରଳାଖେମୁଣ୍ଡି:୨୧/୭(ଗରୁଡ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଛାତ୍ର ୨୩ ବର୍ଷୀୟା ବେଲାଲ୍‌ସେନ ନାଏକ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ କରିଛନ୍ତି ମହାବିଦ୍ୟାଳୟର ସହପାଠୀ ଓ ଅଧ୍ୟା ପକ ଓ ଅଧ୍ୟାପିକା. ପାଠପଢ଼ା ବୟସରେ ଜୀବନ ମରଣ ଲଢେଇ କରୁଥିବା ବେଲାଲସେନ. ସେ ଜୀବନ ବଞ୍ଚାଇବା ପାଇଁ ନିଜେ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ. ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା | କିନ୍ତୁ କାର୍ଡରେ ନିର୍ଦ୍ଧାରିତ ଅର୍ଥ ସରିଯିବା ଉପରେ. ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି. ଏବେ ମାଆ ବାପା ତଥା ପରିବାରଙ୍କ ପାଖରେ କୌଣସି ସମ୍ବଳ ନଥିବା ବେଳେ ଆର୍ଥିକ ସାହାଯ୍ୟ ନିବେଦନ କରିଛନ୍ତି ମହାବିଦ୍ୟାଳୟର ସ‌ହପାଠୀମାନେ. ସେମାନେ ନିଜ ସହପାଠୀଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସି ଜନସାଧାରଣ ଓ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି।