April 24, 2026

ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଲଗାଣ ପ୍ରବଳ ବର୍ଷା…. ପୋଲ ଉପରେ ୩ ଫୁଟ ପାଣି, ଯୋଗାଯୋଗ ବିଛିନ୍ନ 

IMG-20250721-WA0024
Share

 

 

ପାରଳାଖେମୁଣ୍ଡି:୨୧/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଶେଷକରି ମୋହନା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି. ଅତ୍ୟଧିକ ବର୍ଷା ଯୋଗୁଁ କିଛି ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ବର୍ଷା ଯୋଗୁଁ ରାସ୍ତା ଧୋଇ ହୋଇ ପଥର ଦିଶୁଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ମୋହନା ବ୍ଲକର ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପାପାଇଜୁ ପୋଲ ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି। ଯଦ୍ୱାରା କଟାମା ଓ ଗରଡ଼ମା ପଞ୍ଚାୟତ ସମେତ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ମୋହନା ବ୍ଳକ୍ କଟାମା ପଞ୍ଚାୟତ ରଙ୍ଗୁଡ଼ି, ପାଜୀଗୁଡ଼ି ଗାଁକୁ ଯାଇଥିବା ରାସ୍ତା କଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିଥିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି। କିଛି ସ୍ଥାନରେ ମାଟି ଧୋଇ ରାସ୍ତାରେ ପଥର ଦେଖାଯାଉଛି. ଯାତାୟାତରେ ବାଧା ସୃଷ୍ଟି ହୋଇଛି।