ଉମରକୋଟ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ରେ ନିଶାମୁକ୍ତ ପରିବେଶ ପାଇଁ ତାଲିମ ଶିବିର……….
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ । ଏହି ପ୍ରଶିକ୍ଷଣ ଶିବିର ରେ ଉମରକୋଟ ସମତେ ଜ଼ିଲ୍ଲା ର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଶିକ୍ଷକ ସକ୍ଷୟିତ୍ରୀ ଏବଂ ଅଧ୍ୟାପିକା ଅଧ୍ୟାପକ ଯୋଗଦେଇ ତାଲିମ ନେଇଥିଲେ |ଉମରକୋଟ ରୁ ଗୁରୁଃକୃପା ଶିକ୍ଷା ଅନୁଷ୍ଠାନ ର ପି. ଆର. ଓ. ତଥା ଅଧ୍ୟାପିକା ଇଂ. ଚନ୍ଦନା ମଲ୍ଲିକ, ଅନୁଷ୍ଠାନ ର ଅଧ୍ୟକ୍ଷା ସୁଶ୍ରୀ ଜୟା ତ୍ରିପାଠୀ ସେହିପରି ପେଣ୍ଡ୍ର|ଣୀ ମହାବିଦ୍ୟାଳୟ ର ଅଧ୍ୟାପକ ସମୀର ମହାନ୍ତି, ବିଜୁ ପଟନାୟକ ମହିଳା ମହାବିଦ୍ୟାଳୟ ର ନିରଞ୍ଜନ ପଣ୍ଡା,ଜ୍ୟୋତି ପ୍ରକାଶ ଜଗଦେବ, କିଶୋର ଚନ୍ଦ୍ର ମିଶ୍ର, ଅପର୍ଣ୍ଣା ଘୋଷ କଦୋଭଟ୍ଟା ବିଦ୍ୟାଳୟ ର ଶ୍ରୀନିବାସ ମହାରଣା ଏବଂ ଜାମୁରୁଣ୍ଡା ବିଦ୍ୟାଳୟ ର ଅନିଲ ପାତ୍ର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ, ବିଦ୍ୟାଳୟ ପରିସରରେ ତମ୍ବାଖୁ ବର୍ଜନ ପାଇଁ ପ୍ରଶିକ୍ଷିତ ହୋଇଥିଲେ | ଏହି ଶିବିର କୁ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା | ସମାଜରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଶିକ୍ଷାନୁଷ୍ଠାନଗୁଡ଼ିକୁ “ନିଶା ମୁକ୍ତ” କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଂଶୋଧିତ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ (TOFEI) ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି । ଯେଉଁଥିରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଉପଲବ୍ଧ ତମାଖୁ ବନ୍ଦ ସେବା ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ସହ ତମାଖୁ ଦ୍ରବ୍ୟର ବିକ୍ରୟ ତଥା ବ୍ୟବହାର ସମ୍ବନ୍ଧରେ ଉତ୍ତମ କାର୍ଯ୍ୟକାରିତା ଆଇନଗତ ବ୍ୟବସ୍ଥା ନିଶ୍ଚିତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି I ଏହି ପରିପେକ୍ଷୀରେ ନବରଙ୍ଗପୁର ଡି. ଏଚ୍ .ଏଚ୍ ପରିସରରେ ଜ଼ିଲ୍ଲାର ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷାବିତ୍ ମାନଙ୍କୁ ନେଇ ଦାନ୍ତ ରୋଗ ବିଶେଷଜ୍ଞ ଡଃ.ଅମିତ କୁମାର ଦାସ ଏବଂ ତରୁଣ କୁମାର ସାହୁ ଙ୍କ ମିଳିତ ତତ୍ତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା l
