November 16, 2024

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପୃଥିବୀ ଦିବସ ପାଳନ

Share

ହାଟଡ଼ିହି,୨୨/୦୪

 

ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ମଧ୍ଯ ଇଂରାଜୀ ବିଦ୍ୟାଳୟର ସଭାଗୃହରେ ଚନ୍ଦନ ପଣ୍ଡାଙ୍କ ଆବାହକତ୍ବରେ ବିଶ୍ବ ପୃଥିବୀ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ହାଟଡିହୀ ଦମକଳ କେନ୍ଦ୍ରର କେନ୍ଦ୍ରାଧିକାରୀ ସୂର୍ଯ୍ୟମଣୀ ନାୟକ , ସମ୍ମାନୀତ ଅତିଥିଭାବେ ଯୁବ ସମାଜସେବୀ ଇଂ ବିଶ୍ବନାଥ ପ୍ରତାପ ଜେନା , ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ମହାପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ “ଗୋଟିଏ ପୃଥିବୀ କୋଟିଏ ସମ୍ଭାବନା” ଶୀର୍ଷକ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ବିଶ୍ୱ ତାପନ ,ଜଳବାୟୁ ପରିବର୍ତ୍ତନ , ବନାଗ୍ନି ଆମ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଠିଆ ହୋଇଛି ।ଯାହା ଫଳରେ ଉତ୍ତାପ ବୃଦ୍ଧି ପାଇବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟୁଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବନ୍ୟଜନ୍ତୁ ମାନେ ନିଜର ବାସସ୍ଥାନ ଓ ପରିସଂସ୍ଥା ହରାଉଥିବା ଦେଖିବାକୁ ମିଳୁଛି । ତୃଣମୂଳରୁ ବନୀକରଣ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା , ଯଥାସମ୍ଭବ ପ୍ଲାଷ୍ଟିକ ଓ ପଲିଥିନ୍ କୁ ବର୍ଜନ କରିପାରିଲେ ଏହାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ ।ପ୍ରଥମ ସୋପାନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ଉପଯୋଗି ଚିତ୍ରାଙ୍କନ , ବିତର୍କ ପ୍ରବନ୍ଧ , ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ସତ୍ୟପୀର ମହାନ୍ତି ଓ ଅନନ୍ତ ଚରଣ ମୁଦୁଲି ଯୋଗ ଦେଇଥିଲେ ।ପରେ ପରେ ହାଟଡିହୀ ଦମକଳ କେନ୍ଦ୍ରର କର୍ମଚାରୀମାନେ ଅଗ୍ନି ନିର୍ବାପନ ଓ ବିପତ୍ତି ନିସ୍ତାର କୌଶଳ ପ୍ରଦର୍ଶନ କରିଥିଲେ ।କେନ୍ଦ୍ରାଧିକାରୀ ସୂର୍ଯ୍ୟମଣୀ ନାୟକଙ୍କ ନେତୃତ୍ବରେ ମୁଖ୍ଯ ଆଗ୍ନିକ କପିଳାସ ନାୟକ, ଆଗ୍ନିକ ସୁଶାନ୍ତ କୁମାର ନାୟକ ,ଭାବଗ୍ରାହୀ ବେହେରା ଓ ମାନସ ରଞ୍ଜନ ନାୟକ ପ୍ରମୁଖ ଆଶୁ ଅଗ୍ନିକାଣ୍ଡ କୁ କିଭଳି ରୋକିପାରିବା ସେ ସମ୍ପର୍କରେ ଅଭ୍ୟାସ ଦେଖାଇଥିଲେ । ଶେଷରେ କୃତି ପ୍ରତିଯୋଗିମାନଙ୍କୁ ନିଆରାପଣରେ ଶ୍ୱେତ ପଦ୍ମ ଓ ଶିଶୁ ପତ୍ରିକା ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା ।ରାଜ କୁମାର ଜେନା ,ମୁରଲୀଧର ବେହେରା , ବୃନ୍ଦାବନ ସ୍ୱାଇଁ ,ସୁରେନ୍ଦ୍ର ନାୟକ,ବିଷ୍ଣୁପ୍ରସାଦ ସାହୁ ,ଦାମୋଦର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଇଞ୍ଚୋଳ ବିକାଶ ମଞ୍ଚର ଏଭଳି ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମକୁ ଅଭିଭାବକ ଓ ଗ୍ରାମବାସୀମାନେ ସର୍ବସାଧାରଣରେ ଭୂୟସୀ ପ୍ରଶଂସା କରିଛନ୍ତି ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।