April 27, 2026

ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ଅଞ୍ଚଳରୁ ପୁରୀ ଗଲା ୧୨ଟି ରଥକାଠ

IMG-20230422-WA0017
Share

ବୁଗୁଡ଼ା : ତା ୨୨/୦୪/୨୩ : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ରଥ ନିର୍ମାଣ ସକାଶେ ଆଜି ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ଅଞ୍ଚଳରୁ ପୁରୀ ଅଭିମୁଖେ ରଥକାଠ ପଠାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କାଠ ଚିହ୍ନଟ ସେବାୟତ ଦଳ ବୁଗୁଡ଼ାଞ୍ଚଳର ବୁଗୁଡ଼ା , ଆଦିପୁର , ପଙ୍କଳସାହି ଓ ଖରିଡାରେ ପହଞ୍ଚି ୧୦ଟି ଗଛ ଚିହ୍ନଟ କରିଥିଲେ । ସେଥିରୁ ୧୨ ଖଣ୍ଡ ରଥକାଠ ପ୍ରସ୍ତୁତ କରାଯାଇଥିଲା । ଉକ୍ତ ଗ୍ରାମ ଗୁଡିକରେ ଧୂପ, ଦୀପ ଲଗାଇ ପୂଜା କରି ଫୁଲ, ଚାଉଳ ପକାଇ ରଥକାଠକୁ ବନ୍ଦାପନା କରିଥିଲେ । ପରେ ୩୬୮.୪୫ ଘନ ଫୁଟ ପରିମିତ ୧୨ ଖଣ୍ଡ ଫାସି ରଥକାଠକୁ ଏକ ଟ୍ରକ୍ ଯୋଗେ ବୁଗୁଡ଼ା ବଡ଼ଦାଣ୍ଡକୁ ଅଣାଯାଇଥିଲା ।ସେଠାରେ ବଳଦେବ ମନ୍ଦିର ସମ୍ମୁଖରେ ସମସ୍ତ ରଥକାଠକୁ ପୁଣି ପୁରୋହିତ ଦୀନବନ୍ଧୁ ପାଣିଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା ବେଳେ ଡିଏଫଓ ସୁଦର୍ଶନ ବେହେରା, ରେଞ୍ଜର ପ୍ରଦୀପ କୁମାର ମିଶ୍ର , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ସ୍ବେଚ୍ଛାସେବୀ ଦିଲ୍ଲୀପ କୁମାର ଦାଶଙ୍କ ସମେତ ବହୁ ବ୍ଯକ୍ତି ଉପସ୍ଥିତ ରହିଥିଲେ। ମହିଳାଙ୍କ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଭାବ ବିହ୍ୱଳ ପରିବେଶ ମଧ୍ୟରେ ରଥକାଠ ବୋଝେଇ ଟ୍ରକଟିକୁ ବିଦାୟ ଦେଇଥିବା ବେଳେ ତାହା ନୟାଗଡ ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲା ।