March 11, 2026

କାଶୀନଗର ଠାରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର….. ସ୍ଥାୟୀ କେନ୍ଦ୍ର ନିର୍ମାଣ ଅର୍ଦ୍ଧନିର୍ମିତ ହୋଇ ରହିବା ଯୋଗୁଁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି

WhatsApp Image 2025-07-13 at 5.21.04 PM
Share

ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗରରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର. ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଅଧାପନ୍ତରିଆ ଥିବା ଯୋଗୁଁ ସେଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇ ସାଧାରଣଙ୍କ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବାରେ ଲାଗିଛି. କିଛି ମାସ ପୂର୍ବେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୧, ୨, ୩, ୯ ଓ ୧୦ ନମ୍ବର ୱାର୍ଡରେ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଏମ୍ ଏନ୍‌ଏସିକୁ ପାଣ୍ଠି ଆସିଥିଲା । ଉକ୍ତ ପାଣ୍ଠି ଦ୍ବାରା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏହି ନିର୍ମାଣ ଏବେ ଅଧପନ୍ତରିଆ ହୋଇ ପଡି ରହିଛି। ଏନେଇ ନିର୍ମାଣ କରୁଥିବା ଠିକାଦାରଙ୍କୁ ପ୍ରଶ୍ନ କରିବାରେ ସେ କହିଥିଲେ ଫେଜ ଅନୁଯାୟୀ ଯେତିକି ଅର୍ଥ ଆସୁଛି ସେତିକି କାମ କରାଯାଉଛି. ହେଲେ ବର୍ଭମାନ କିନ୍ତୁ ଉକ୍ତ ଅଧାପନ୍ତରିଆ କୋଠା ଗୁଡ଼ିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଅଧିକ ଟଙ୍କା ଭଡା ଦିଆଯାଇ ଚାଲୁ କରାଯାଉଛି. ହେଲେ ଅର୍ଦ୍ଧନିର୍ମିତ କେନ୍ଦ୍ର ଗୁଡିକୁ କାହିଁକି ନିର୍ମାଣ କାର୍ଯ୍ୟ ଶେଷ କରାଯାଉନି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି. ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମାପନ କରି ଭଡା ଘରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ସବୁଦିନ ପାଇଁ ଉଠାଇ ସରକାରୀ କେନ୍ଦ୍ରରେ ଚାଲୁ ରଖା ଯାଉ. ଯଦ୍ୱାରା ବର୍ତ୍ତମାନ ଅର୍ଦ୍ଧନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ସମସ୍ତ ଅସାମାଜିକ କାର୍ଯ୍ୟ ସବୁଦିନ ପାଇଁ ବନ୍ଦ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି.

You may have missed