ଭଦ୍ରକ ଜିଲ୍ଲା, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଅଂଚଳର ସୂଚନା ଅଧିକାର କର୍ମୀ ଶରତ ସେନାପତି ଙ୍କୁ ପୂର୍ବତନ ବିଜେପି ନେତା ଅଗସ୍ତି ଦାସ ଙ୍କ ନିଁର୍ଧେଶ ରେ ସଂଘବଦ୍ଧ ଆକ୍ରମଣ.
ଭଦ୍ରକ ଜିଲ୍ଲା, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଅଂଚଳର ସୂଚନା ଅଧିକାର କର୍ମୀ ଶରତ ସେନାପତି ଙ୍କୁ ପୂର୍ବତନ ବିଜେପି ନେତା ଅଗସ୍ତି ଦାସ ଙ୍କ ନିଁର୍ଧେଶ ରେ ସଂଘବଦ୍ଧ ଆକ୍ରମଣ. ପାଖାପାଖି 12/4 ଜଣ ଲୁହାରଡ଼, ବାଉଁଶ, ଜିମ ଡମ୍ବେଲ ବାଡ଼ି ରେ ମରାଣାନ୍ତକ ଆକ୍ରମଣ କରିଛନ୍ତି. ଶରତ ବେହୋସ ହୋଇପଡ଼ିରହିଥିଲେ, ତାପରେ ତାଙ୍କର ସହଯୋଗୀ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ଘଣ୍ଟେଶ୍ୱର ମେଡିକାଲ, ତାପରେ ଭଦ୍ରକ ହସ୍ପିଟାଲ, ପରେ କଟକ ମେଡିକାଲ କଲେଜ ରୁ ରେଫର ହୋଇ ବର୍ତମାନ ଉତ୍କଳ ହସ୍ପିଟାଲ ରେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି.
ସୂଚନା ଥାଉ ଶରତ ସେନାପତି ଜଣେ 25/26 ବର୍ଷ ର ଯୁବ ସୂଚନା ଅଧିକାର କର୍ମୀ ଏବଂ ବିଜେଡି ସରକାର ସମୟରେ ଚାନ୍ଦବାଲି ବ୍ଲକ ଏବଂ ଘଣ୍ଟେଶ୍ୱର ଅଂଚଳରେ ଅନେକ ଦୁର୍ନୀତି ପଦାକୁ ଆଣିଥିଲେ, କିନ୍ତୁ ବିଜେପି ନେତା ଅଗସ୍ତି ଦାସ ଅନେକ ଗୁଡିଏ ଦୁର୍ନୀତି ଓ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ଯାହାକି ଶରତ ବିରୋଧ କରି ଆସୁଥିଲେ. ତେଣୁ ଗତକାଲି ରାତିରେ ଶରତ ଘଣ୍ଟେଶ୍ୱର ମାର୍କେଟ ରୁ ଘରକୁ ଫେରୁଥିବା ବେଳେ ତାକୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ଅପରାଧୀ ଫେରାର ହୋଇଯାଇଛନ୍ତି.
ଶରତ ର ସହଯୋଗୀ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ କରିବା ପରେ ମଧ୍ୟ ଅପରାଧୀ ଙ୍କୁ ପୋଲିସ ଧରୁନାହାନ୍ତି.
ଓଡିଶା ସୂଚନା ଅଧିକାର ଅଭିଯାନ ଏଭଳି ଆକ୍ରମଣ କୁ ଦୃଢ଼ ନିନ୍ଦା କରିବା ସହିତ ଅପରାଧୀ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ ରଖୁଛି. ପୋଲିସ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ଓସା ଥାନା ଘେରାଓ କରିବା ସହିତ ରାଜ୍ୟବ୍ୟପୀ ଆନ୍ଦୋଳନ କରିବ
