ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୨୨-ଏପ୍ରିଲ-୨୦୨୩, ଶନିବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଭଗବାନ ଶ୍ରୀରାମଲଲାଙ୍କ ଜଳାଭିଷେକ ପାଇଁ ୧୫୫ଟି ଦେଶର ନଦୀରୁ ଆସିଲା ପାଣି l ଆସନ୍ତାକାଲି ଜଳାଭିଷେକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
➡️୨-ଏଣିକି ଖରାଛୁଟିରେ ପିଲା କରିବେ ହୋମୱାର୍କ । ଏଥିପାଇଁ ଅଭିଭାବକଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ଡାଏରୀ ପୁସ୍ତିକା ।
➡️୩-ଆଜି ଦେଶରେ ପାଳନ କରାଯିବ ଇଦ୍-ଉଲ୍-ଫିତର l ପବିତ୍ର ରାମଜାନ ମାସରେ ଉପବାସ ରଖିଥିବା ଇସଲାମ ଧର୍ମବଲମ୍ବୀମାନେ ପାଳନ କରିବେ ଏହି ପର୍ବ ।
➡️୪-ଡାକ୍ତରଙ୍କ ପାଇଁ ଲାଗୁହେଲା DACP ରୁଲ୍ l ଏଣିକି ନିଜ କ୍ୟାରିୟରରେ ହେବ ୪ ଥର ପଦୋନ୍ନତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବିଜ୍ଞପ୍ତି l
➡️୫-ତାତିରେ ଲାଗିଲା ବ୍ରେକ୍, ଆଜି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବୋହିପାରେ l
➡️୬-ଭୋଟ ପାଇଁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ’ ୧୦ତାରିଖରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର l
➡️୭-ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଆଭା) ପଂଜୀକରଣ କ୍ଷେତ୍ରରେ ଦେଶରେ ୧ ନମ୍ବର ସ୍ଥାନରେ ରହିଲା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) l
➡️୮-ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି, ଏଣିକି ଆଜିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହେବ ଦୋକାନ ଖୋଲା l
➡️୯-ଏଣିକି ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆଉ ଲାଗିବନି Income ଟାକ୍ସ l ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ବଡ଼ ଘୋଷଣା l
➡️୧୦-ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍ ‘ ଆଜିଠାରୁ ଜୀ-ସାର୍ଥକରେ ପ୍ରତେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ l
➡️୧୧-ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ପାଇଁ ବଢିଲା ଅଡୁଆ, ଜେରା ପାଇଁ ସିବିଆଇ ପଠାଇଲା ନୋଟିସ l
➡️୧୨-ଇଣ୍ଡୋନେସିଆ ନିକଟସ୍ଥ ମୋଲ୍ଲୁକା ସାଗରରେ ପୁଣି ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୦ l ଭୂମିକମ୍ପ ଜନିତ କ୍ଷୟକ୍ଷତିର ସୂଚନା ମିଳି ନାହିଁ।
➡️୧୩-ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ହେଲା ୧୮୨୦୭ କୋଟି ଟଙ୍କା l
➡️୧୪-ବିଶ୍ବ ଧନୀ ସହର ତାଲିକାର ଶ୍ରେଷ୍ଠ ୧୦ ଭିତରେ ଚାଇନାର ୨ ସହର, ମୁମ୍ବାଇ ରହିଲା ୨୧ ନମ୍ବର ସ୍ଥାନ ଓ ନୂଆଦିଲ୍ଲୀ ରହିଲା ୩୬ତମ ସ୍ଥାନରେ l
➡️୧୫-ତିନି ଗୁଣା ଅଧିକ ଗତିରେ ତରଳୁଛି ଗ୍ରୀନଲାଣ୍ଡ ଏବଂ ଅଣ୍ଟାର୍କଟିକରେ ଥିବା ବରଫ ସ୍ତର l ୫୦ଟି ଭିନ୍ନ ଭିନ୍ନ ସାଟେଲାଇଟରୁ ନିଆଯାଇଥିବା ଫଟୋରୁ ଅନୁଧ୍ୟାନ କଲେ ବୈଜ୍ଞାନିକଙ୍କ ଏକ ଟିମ୍ l
➡️୧୬-ସୁଦାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ l ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ନିର୍ଦେଶ l
➡️୧୭-ଦୀର୍ଘ ୧୪ ମାସ ଧରି ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଭୁଲ୍ବଶତଃ ନିଜ ସହର ବେଲଗୋରୋଡ୍ ଉପରେ ପକଇଲା ୫୦୦ କେ.ଜି. ଓଜନର ବୋମା l
➡️୧୮-ମେ’ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ଅହମ୍ମଦାବାଦରେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ, ତାରିଖ ଘୋଷଣା କରିଛି ବିସିସିଆଇ l
➡️୧୯-ଆଇପିଏଲ୍ ରେ ୨୯ତମ ମ୍ୟାଚ୍ ରେ ଗତକାଲି ସନ୍ରାଇଜର୍ସ ହାଇଦରାବାଦକୁ ୭ ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର୍ କିଙ୍ଗ୍ସ l
➡️୨୦-ଜିଓ ସିନେମାର ବ୍ରାଣ୍ଡ୍ ଆମ୍ବାସାଡର ହେଲେ ରୋହିତ ଶର୍ମା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବସୁନ୍ଧରା ଦିବସ ll*
*🔅ଆଜି ଇଦଉଲ ଫିତର ll*
*🔅ଆଜି ଜାତୀୟ ନୃତ୍ୟ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ମାର୍କୋନି ଦିବସ ll*
*🔅ଆଜି ଜାତୀୟ କୁକୁର ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*