April 24, 2026

ମରେଇଗାଁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ..

IMG-20250710-WA0053
Share

 

 

ହାଟଡିହି ତ୧୦/୦୭ (ମନମୋହନ ନାୟକ) : ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହି ବ୍ଲକର ମରେଇଗାଁ- ବଳିପୁର ନିର୍ମାଣ ପାଇଁ ମୁଖ୍ୟ ମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ । ଏହି ରାସ୍ତାଟି ଏ ଅଞ୍ଚଳ ବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାରୁ ଏହି ରାସ୍ତାକୁ ତୁରନ୍ତ ନିର୍ମାଣ ଲାଗି ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ରାସ୍ତା ଉପରେ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତ ର ଲୋକ ନିର୍ଭର କରୁଥିବା ବେଳେ ଏହା ତିନୋଟି ଜିଲ୍ଳା ଯଥା କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ସଂଯୋଗି କରଣ ରାସ୍ତା ଭାବେ ପରିଚିତ। ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇପାରୁ ନଥିବା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଟିଏ ମଧ୍ୟ ଯାଇପାରୁନି। ମରେଇଗାଁ ଠାରୁ ଶାଳଣିଆଁ ରାସ୍ତା ଏକ ପ୍ରକାର ଯାତାୟତ ଠପ୍ ହୋଇଯାଇଛି। ଗୁରୁତର ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ସେମାନଙ୍କ ଜୀବନ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଶାଳଣିଆଁ ଠାରୁ ବଳିପୂର୍ ପର୍ଯ୍ୟନ୍ତ ରାସ୍ତା କଥା ନ କହିବା ଭଲ। ବାଇକ ତ ଦୂରର କଥା ସାଇକେଲ ଟିଏ ବି ନେଇ ଯିବା ଆସିବା କରିହେଉନି। ଗୋଟିଏ ପଟେ ଶୋଚନୀୟ ରାସ୍ତାକୁ ଅନ୍ୟପଟେ ସେହି ରାସ୍ତା ଉପରେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ବିଧାୟକ ଶ୍ରୀ ସେଠୀ ଏନେଇ ଗତ ବିଧାନସଭାରେ ମୂଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିଶିଘ୍ର ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। ଏହି ୧୯ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଆନନ୍ଦପୁର କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ସ୍କୁଲ ଯାଉଥିବା ପିଲାମାନେ ପାଠପଢ଼ା ବନ୍ଦ କରିଦେଇଛନ୍ତି। ଏହି ରାସ୍ତାଟି ପୁର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ବେଳେ ଏବେ ତାହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଭଗକୁ ହସ୍ତାନ୍ତର ହୋଇନି। ଏହି ରାସ୍ତା ପୁନଃନିର୍ମାଣ ପ୍ରସ୍ତାବ ଜିଲ୍ଲା ସ୍ତରରେ ଗୃହୀତ ହୋଇସାରିଛି ଏବଂ ବର୍ତ୍ତମାନ ଏହା ଓମବାଡସି ର ଅନୁମୋଦନ ପାଇଁ ଅପେକ୍ଷା କରିଛି ବୋଲି ବିଧାୟକ ଦର୍ଶାଇଛନ୍ତି। ଏହି ସମସ୍ୟାକୁ ତୁରନ୍ତ ଗ୍ରହଣ କରି ଜନସାଧାରଣଙ୍କୁ ମୃତ୍ୟୁ ଫାଶରୁ ରକ୍ଷା କରିବାକୁ ବିଧାୟକ ଶ୍ରୀ ସେଠୀ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଭାଗୀୟ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

You may have missed