March 12, 2026

ଖୋର୍ଦ୍ଧା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ

IMG-20250709-WA0109
Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)-ସମଗ୍ର ବିଦ୍ୟାର୍ଥି ସମାଜ ପାଇଁ ଖୁସି ଏବଂ ଉତ୍ସାହ ର ଉତ୍ସବ, ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ। ଏଥି ସହିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୭ତମ ପ୍ରତିଷ୍ଠା ଦିବସ। ବିଦ୍ୟାର୍ଥି ଙ୍କ ହକ ଏବଂ ସାମର୍ଥ୍ୟ କୁ ଆଧାର କରି ସଂଗ୍ରାମ ଜାରି ରଖିଥିବା ଏହି ପରିଷଦ ନିଜର ୭୮ତମ ସୋପାନ ରେ ପାଦ ଥାପିଛି, ଯାହାକି ଅନେକ ରାଷ୍ଟ୍ର ଭକ୍ତ କାର୍ଯ୍ୟକର୍ତ୍ତା ଙ୍କର ଜୀବନ ସୌଧ ପାଲଟିସାରିଛି। ଆଜି ଏହି ଅବସର ରେ ଖୋର୍ଦ୍ଧା ନଗର ପକ୍ଷ ରୁ ଜେମଦେଇ ସ୍ଥିତ କମୁନିଟି ହଲ ଥରେ ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଏବିଭିପି ପୂର୍ବପ୍ରାନ୍ତ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀମାନ ବୁଦ୍ଧଦେବ ବାଘ ଉପସ୍ଥିତ ରହି ବିଦ୍ୟାର୍ଥି ମାନଙ୍କୁ ବିଦ୍ୟା ଅର୍ଜନ ସହ ଦେଶ ଭକ୍ତି ରେ ନିଜକୁ ସମର୍ପିତ କରିବାର ପ୍ରେରଣା ଦେଇଛନ୍ତି। ପ୍ରାୟ ୧୫୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏବିଭିପି ର ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରି ଆଜିର ଏହି କାର୍ଯ୍ୟକ୍ରମ କୁ ବେଶ ଆକର୍ଷଣୀୟ କରାଇଛନ୍ତି।