June 25, 2026

ଛତିଶଗଡରେ ଦାରୁ ଦେବତା ର ବିତରଣ ଉତ୍ସବ…

IMG-20250709-WA0075
Share

 

 

ସମ୍ବଲପୁର(ରାଜା ରାମ ଷଡ଼ଙ୍ଗୀ)ଦାରୁଦେବତା ର ବିତରଣ ଉତ୍ସବ ପଡୋଶୀ ରାଜ୍ୟ ଛତିଶଗଡ଼ ର ଯଶପୁର ଜିଲ୍ଲା ଦୋକଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ବିଷ୍ଣୁ ଦେବ ସାଏ ଙ୍କ ଧର୍ମପତ୍ନୀ ଶ୍ରୀମତି କୌଶଲ୍ୟ ସାଏ ଯୋଗ ଦେଇ ଦାରୁଦେବତା ସ୍ମରଣିକାକୁ ବଣ୍ଟନକରି ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଯଶପୁର ଜିଲ୍ଲା ବିଜେପି ଅଧ୍ୟକ୍ଷ ପୁରୋଷୋତ୍ତମ ସିଂ ଠାକୁର,ଆକାଶ ଗୁପ୍ତl,ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କେଶ୍ୱର ଯାଦବ ଏବଂ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ।ଏହି ଉତ୍ସବରେ ଶ୍ରୀ ବ୍ରଜ ଗିରିରାଜ ସେବା ଟ୍ରଷ୍ଟ ର ସଭାପତି ସୌରଭ ରଞ୍ଜନ ମହାପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ଦାରୁଦେବତା ପ୍ରକାଶନର ମୂଳ ଲକ୍ଷ ବୋଲି କହିଥିଲେ।ଆୟୋଜିତ ଉତ୍ସବରେ ଶ୍ରୀମତୀ ସାଏ ପତ୍ରିକାର ଉଚ୍ଚ ପ୍ରଶଂସା କରିଥିଲେ।