April 28, 2026
ajiro khabar
Share

 

ଆସନ୍ତା ଅକ୍ଟୋବରରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ।

 

ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା ପ୍ରକାଶ। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ, କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ।

 

ପୁରୀରେ ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି, ତୃପ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା।

 

ଆଜିଠୁ ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅଖ ଚକ ସବୁ ହେବ ଜାମ୍।

 

ରତ୍ନ ଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହେଲା ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ମିଳିବ ୨୫ ହଜାର ଟଙ୍କା, ତାଙ୍କୁ ରାହବୀର ନାମରେ ସମ୍ବୋଧନ କରାଯିବ।

 

ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ପୁଣିଥରେ ନିର୍ବାଚିତ ହୋଇଛନ୍ତି।

 

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ନବୀନ। ଆଉ କିଛିଦିନ ମୁମ୍ବଇରେ ରହିବେ, ତାଙ୍କର ଫିଜିଓଥେରାପି ଚିକିତ୍ସା ଚାଲିବ।

 

ରାଜ୍ୟ ମତ୍ସ୍ୟ ବିଭାଗରେ ୨୧୭, ଉଦ୍ଯାନ କୃଷି ବିଭାଗରେ ୬୭ ନୂଆପଦ ସୃଷ୍ଟି।

 

ଶ୍ରାବଣ ମାସପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋର ୩ଟାରେ ମନ୍ଦିର ପହଡ଼ ଖୋଲିବ, ୪ଟି ସୋମବାର ଜଳଲାଗି ହେବ।

 

ରସଗୋଲାର ଜିଆଇ ମାନ୍ୟତାର ୬ ବର୍ଷ ହେଲାଣି। ରାଜଧାନୀ ‘ରସଗୋଲା ହବ୍’ ଓ ପାହାଳ ‘ରସଗୋଲା କ୍ଲଷ୍ଟର’ ଯୋଜନା ଏବେ ବି ଅପେକ୍ଷାରେ।

 

ନନ୍ଦନକାନନରେ ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା, ସମୁଦାୟ ସଂଖ୍ୟା ୨୫ ହେଲା

 

କନ୍ଧମାଳ ବାଲିଗୁଡ଼ାରେ ଏକ କାଳୀନ ତିନୋଟି ପୁତ୍ର ସନ୍ତାନ ଜନ୍ମଦେଲେ କଂସ ମାଝୀଙ୍କ ସ୍ତ୍ରୀ ରଂଜିତା ମାଝୀ।

 

ନବରଙ୍ଗପୁରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟସେବା, ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ବଡ଼ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତର

 

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ମିଳିଛି।

 

୯ ତାରିଖ, କାଲିଠାରୁ ୧୭ ଦଫା ଦାବି ନେଇ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ

 

ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ କ୍ଷେତରେ କାମ କରୁଥିଲା ବେଳେ ବଜ୍ରପାତରେ ତିନି ଜଣ ଚାଷୀଙ୍କ ମୃତ୍ୟୁ

 

ମାଲକାନଗିରି ଖଇରପୁଟ ବଣ୍ଡାଘାଟିରେ ଆମ୍ବୁଲାନ୍ସ ଯିବାକୁ ମନା କଲା, ୧୦ କିମି ଭାରରେ ବୁହା ହେଲେ ଗର୍ଭବତୀ।

 

ଅଶାନ୍ତ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ସିଙ୍ଗାବାଡିରେ ପୁଣି ଗଡ଼ିଲା ମୁଣ୍ଡ। ଘରେ ପଶି ଯୁବକଙ୍କୁ ହାଣିଦେଲେ

 

ଭୁବନେଶ୍ୱର ବାଲିପାଟଣାରେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ୱାର୍ଡ ମେମ୍ବର ନିସ୍ତୁକ ମାଡ଼ ମାରିଲେ, ଥାନାରେ ଅଟକ।

 

ବରଗଡରେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡ଼ୁଆରେ ୟୁଟ୍ୟୁବର୍‌। ମୁଖ୍ୟ ବନ୍ୟପ୍ରାଣୀ ଵାର୍ଡେନ୍‌ଙ୍କୁ ଅଭିଯୋଗ।

 

ସୁନ୍ଦରଗଡ ବଣାଇରେ ଲଗାଣ ବର୍ଷାରେ କାନ୍ଥ ପଡିଯିବାରୁ ଚାଷୀଙ୍କର ମୃତ୍ୟୁ

 

କୋଣାର୍କ ପୁରୀ ବେଳାମାର୍ଗରେ ଇଲେକ୍ଟ୍ରିକ ଖୁଣ୍ଟରେ ଧକ୍କା ହୋଇଥିବା ଗାଡିକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ଜଗତସିଂହପୁରର ପ୍ରସନ୍ନ ପରିଡା ମୃତ।

 

ପ୍ରବଳ ବର୍ଷାରେ କେଦାରନାଥ ଯାତ୍ରା ବନ୍ଦ, ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ।

 

ହିମାଚଳରେ ବାଦଲ ଫଟା ବର୍ଷା, ଧ୍ବଂସାବଶେଷ ତଳେ ଚାପି ହୋଇ ରହିଛି କୋଟିକୋଟି ଟଙ୍କା ଓ ଅଳଙ୍କାର, ବ୍ୟାଙ୍କ ଲକର

 

ଗ୍ରୀସ ଖେଳକୁଦରେ ଓଡ଼ିଶାର ଅନିମେଷ ଦ୍ରୁତତମ ଭାରତୀୟ, ୧୦୦ ମିଟର ଦୌଡ଼ରେ କଲେ ଜାତୀୟ ରେକର୍ଡ।

 

ଦଲାଇ ଲାମାଙ୍କୁ ମିଳିବ ଭାରତ ରତ୍ନ। ପ୍ରସ୍ତାବରେ ସ୍ବାକ୍ଷର କଲେ ୮୦ ସାଂସଦ

 

ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫% ଟାରିଫ ଲଗାଇଲା ଆମେରିକା।

 

=======================

ଆଜି ଜନ୍ମଦିନ: ରାଜା ଉମେଦ ସିଂ, ସୌରଭ ଗାଙ୍ଗୁଲି, ନୀତୁ ସିଂ, ଜ୍ୟୋତି ବସୁ, ରାଜଶେଖର ରେଡ୍ଡୀ, ଲଡୁକିଶୋର ସ୍ୱାଇଁ (ନେତା, ଗଞ୍ଜାମ), ଭାଲେନା ଭାଲେନ୍ତିନା (କରାଟେ, ଭୁବନେଶ୍ୱର)

 

ଆଜି ତିରୋଧାନ: ଚନ୍ଦ୍ରଶେଖର ସିଂ

 

ଇତିହାସରେ ଆଜି ଦିନ: (୧୪୯୭) ଭାରତ ଅଭିମୁଖେ ଭାସ୍କୋଡାଗାମାଙ୍କ ପ୍ରଥମ ଯାତ୍ରା ଆରମ୍ଭ/ (୧୯୫୧) ପ୍ୟାରିସ ସହରର ୨,୦୦୦ ବର୍ଷ ପାଳନ/ (୧୮୮୯) ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ ପ୍ରକାଶନ ଆରମ୍ଭ/ (୨୦୦୨) ଦକ୍ଷିଣ ଆଫ୍ରିକାରେ କ୍ରିକେଟରେ କଳା ଖେଳାଳିଙ୍କ କୋଟା ବ୍ୟବସ୍ଥା ଉଠିଲା

=======================

🌱 *ଗଛଟିଏ ଲଗାନ୍ତୁ*🌱

 

*ବନ୍ଦେ ଉତ୍କଳ ଜନନୀ*