April 29, 2026

ଜାତୀୟ ରାଜପଥରେ ହାତୀ ପଲ , ଦିର୍ଘ ସମୟ ଯାନ ବାହାନ ଚଳାଚଳ ବନ୍ଦ..

IMG-20250706-WA0035
Share

 

ଭଞ୍ଜନଗର:5/7(ସୁକାନ୍ତ କୁମାର ନାୟକ)ଉପାନ୍ତ ଖବର

ଉତର ଘୁମୁସର ବନ ଖଣ୍ଡର ମୁଜା ଗଡ ବନାଞ୍ଚଳ ରେ ୨୫ ଟିକି ଆ ହାତୀ ପଲ ବିଭିନ୍ନ ଅଞ୍ଚଳ ବୁଲୁଥିବା ବେଳେ ସେମାନଙ୍କୁ ବନ ମଧ୍ୟକୁ ଫେରେଇବା ବନ ବିଭାଗ ପାଇଁ ଚ଼ିନ୍ତାର କାରଣ ପାଲଟିଛି । ଫସଲ ଅମଳ ସମୟ ପୂର୍ବରୁ ହାତୀପଲ ଜଙ୍ଗଲରୁ ବାହାରକୁ ବାହାରୁ ଥିବାବେଳେ ଏବେ ଏ ବର୍ଷ ତମାମ ଏହି ବନ ଖଣ୍ଡ ର ବିଭିନ୍ନ ଗ୍ରାମର ନିକଟ ବର୍ତ୍ତି ଇଲାକାରେ ହାତୀର ଗତିବିଧି ଦେଖିବାକୁ ମିଳୁଛି । ସୁକ୍ରବାର ସନ୍ଧାରେ ଏହି ହାତୀ ପଲ ରମ୍ଭା ପଟୁ ଆସି ଫୁଲ ତୋଟା ଜଙ୍ଗଲ ନିକଟରେ ରାଜ ରାସ୍ତା ପାର ହୋଇଥିବା ଜଣାପଡିଛି । ସେମାନଙ୍କୁ ପୁଣି ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ବନ କର୍ମଚାରି ପ୍ରୟାସ ଜାରିରଖି ଛନ୍ତି । ଅପରାହ୍ନରେ ୫ ଟି ହାତୀ ଜାତିୟ ରାଜପଥ ଉପରକୁ ଚାଲିଆସି ଥିଲେ । ଫଳରେ ଫୁଲବାଣି – ଭଞ୍ଜନଗର ଜାତିୟ ରାଜପଥର ଖାରିଗୁଡ଼ା – ନିଧିଆ ପଲ୍ଲୀ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଜାନ ବାହାନ ବେସ୍ କିଛି ସମୟ ପାଇଁ ବନ୍ଦ ଥିଲା । ବନ କର୍ମ ଚାରି ଏବଂ ଲୋକଙ୍କ ଗହଳି ପାଇଁ ଅନ୍ୟ ହାତୀ ମାନେ ରାସ୍ତା ପାର ହୋଇପାରୁ ନଥିବା ବେଳେ ବନବିଭାଗ ପକ୍ଷରୁ ଲୋକଙ୍କୁ ସେଠାରୁ ଦୁରେଇ ଦିଆଯାଇଥିଲା । ଏହା ପରେ ସୁରକ୍ଷିତ ମଣିବା ପରେ ସେହି ପଲ ର ଅନ୍ୟ ହାତୀ ମାନେ ମଧ୍ୟ ରାସ୍ତା ପାର ହେବାପରେ ଜାତାୟତ ସ୍ୱାଭାବିକ ହୋଇଥିବା ମୁଜା ଗଡ଼ ବନ ପାଳ କହିଛନ୍ତି ।ଏହି ହାତୀ ପଲ ଦିର୍ଘ ଦିନ ଧରି ବାଇ ବାଲି ଅଞ୍ଚଳରେ ରହିବାପରେ ପୁଣି ମୁଜା ଗଡ଼ ଅଞ୍ଚଳକୁ ଫେରିଛନ୍ତି ।

You may have missed