ଆଜିର ଖବର..
ପୁରୀ ସିଂହ ଦ୍ୱାରରେ ଲାଗିଲା ୩ ରଥ, ଆଜି ସନ୍ଧ୍ୟା ୫ ଟାରୁ ରାତି ୧୧ ଯାଏ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ।
ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ, ୧୩ ଜିଲ୍ଲାକୁ ଆଗୁଆ ସତର୍କ ସୂଚନା ଜାରି।
ସରକାର ବ୍ୟବସ୍ଥା କଲେ, ଡାଇରିଆକୁ ପ୍ରତିହତ କରିବା ପାଇଁ ପାନୀୟ ଜଳର ଯାଞ୍ଚ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା।
ବାଲିଚନ୍ଦ୍ରପୁର ଓଳାଶୁଣି ପୀଠରୁ ମିଳିଲା ୧୩୧ ବର୍ଷର ପୁରାତନ ଶିଳାଲେଖ।
ରାଜ୍ୟ ସରକାର ନିଜ ନିର୍ଦ୍ଦେଶ ପ୍ରତ୍ୟାହାର କଲେ। ପୁଣି ସରକାରଙ୍କ ତାଲିକାଭୁକ୍ତ ହେଲା ଏଚଡ଼ିଏଫସି, ଆଇସିଆଇସିଆଇ ଓ ଆକ୍ସୀସ ବ୍ୟାଙ୍କ।
କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ୪୮୦ କୋଟିର ପ୍ରକଳ୍ପ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
ନବୀନ ହସପିଟାଲରୁ ଡିସଚାର୍ଜ ହେଲେ, ଏବେ ହେବ ଫିଜିଓଥେରାପି। ସପ୍ତାହେ ପରେ ଫେରିବେ
ପୁରୀର ଘୋଷଣା ପରେ ବାଲେଶ୍ଵରକୁ ମହାନଗର କରିବାକୁ ଦାବି କଲେ ଶାସକ ଓ ବିରୋଧୀ ନେତା
ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ମନ୍ତ୍ରଣାଳୟ ଅଟକାଇବାରୁ ଶାସକ ଓ ବିରୋଧୀ ସଦସ୍ୟଙ୍କ ବିରୋଧ
ଯାଜପୁର ବ୍ୟାସନଗରରେ ଓଆର୍ଏସ୍ ପୌର ନିର୍ବାହୀ ଅଧିକାରୀଙ୍କୁ ୮ ଘଣ୍ଟା ଅଟକ, ଦେଲେନି ଔଷଧ। ସପ୍ତାହେ ହେଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା
ବାହୁଡ଼ାଯାତ୍ରାରେ ରେଳ ସେବାରେ ଅବ୍ୟବସ୍ଥା, ଭୁବନେଶ୍ୱରରୁ ପୁରୀ ଲାଗିଲା ୭ ଘଣ୍ଟା।
କେନ୍ଦୁଝର ଗୁହାଲଡିହି ରେଳଷ୍ଟେସନରେ ୩ ଫୁଟର ପାଣି, ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ।
ପୁରୀରେ ଗାଡ଼ି ଚାଳକଙ୍କଠାରୁ ଆଦାୟ ହୋଇଥିବା ସମୁଦାୟ ଜୋରିମାନା ପରିମାଣ ୧ କୋଟି ୧୨ ଲକ୍ଷ ଟଙ୍କା
ପୁରୀରେ ୧୦୩୦ଟି ସ୍ଥାନରେ ଚଢ଼ାଉ କଲେ ଅଧିକାରୀ, ୨୩୪୮ କିଲୋ ଦୂଷିତ ଓ ଅଖାଦ୍ୟ ଜବତ
ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଡ୍ୟୁଟି ବେଳେ ଟଳିପଡିଲେ କନେଷ୍ଟବଳ। ମୃତକ ତାରିଣୀ ଗମାଙ୍ଗ(୫୦)
ସୁନ୍ଦରଗଡ଼ ଜିଲ୍ଲା ଅଉଁଲାବାହାଲ ଠାରେ ସୁରକ୍ଷାକର୍ମୀଙ୍କୁ ଚାପିଦେଲା କୋଇଲା ବୋଝେଇ ଗାଡ଼ି
କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବାହୁଡ଼ା ଯାତ୍ରାରେ ଅଘଟଣ, ଖାଲରେ ଫସିଲେ ମହାପ୍ରଭୁ, ଭାଙ୍ଗିଲା ରଥର ୪ ଚକ
ଛତୁ ପ୍ରେମୀ ସାବଧାନ। ରାଉରକେଲାରେ ଛତୁ ଖାଇ ପତିପତ୍ନୀ ଗୁରୁତର। ଉଭୟେ ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି।
କେନ୍ଦୁଝର ହରିଚନ୍ଦନପୁର ବଜାରରେ ସୁନା ଦୋକାନରୁ ଲୁଟ୍ ଘଟଣା, ୬ ଗିରଫ ହେଲେ।
ଆଫ୍ରିକା ମାଲିରେ ଓଡିଆ ଗଞ୍ଜାମ ଯୁବକଙ୍କୁ ଅପହରଣ କଲେ ଆତଙ୍କୀ ସଂଗଠନ। ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଅନୁରୋଧ କଲେ ନବୀନ
ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍ର ଦାବି, ଓଡ଼ିଶାର ୨୦ ଲକ୍ଷଙ୍କ ରାସନ୍ କାର୍ଡ ବାତିଲ ନିଷ୍ପତ୍ତି ସ୍ଥଗିତ ହେଉ।
ବିହାର ପାଟନାରେ ଘର ବାହାରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା। ଛଅବର୍ଷ ପୂର୍ବେ ପୁଅର ହତ୍ୟା ହୋଇଥିଲା
ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ୨ ସପ୍ତାହରେ ହେଲାଣି ୪୩ ମୃତ୍ୟୁ।
ଦେଶରୁ ଟଙ୍କା ଲୁଟି ଫେରାର ହୋଇଥିବା ନୀରବ ମୋଦୀର ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ।
ବିଶ୍ଵ ପୁଲିସ କ୍ରୀଡା ଦୌଡ ପ୍ରତିଯୋଗିତାରେ ଓଡ଼ିଆ ଅଶୋକ ଦଣ୍ଡସେନା ୪ଟି ସ୍ବର୍ଣ୍ଣ ପଦକ ଜିତି ଆଣିଲେ ଗୌରବ
ବର୍ମିଂହାମ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ଘରୋଇ ଇଂଲଣ୍ଡ ଦଳକୁ ୬୦୮ ରନର ବିଜୟ ଲକ୍ଷ୍ୟ ଦେଇଛି।
ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି।
ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣାରେ ୩୬ ଯାତ୍ରୀ ଆହତ।
୧୨ଟି ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
ଆଜି ପଶୁଜନ୍ୟ ରୋଗ ସଚେତନତା ଦିବସ
ଆଜି ଜନ୍ମଦିନ: ଶ୍ୟାମା ପ୍ରସାଦ ମୁଖାର୍ଜୀ, ରନବୀର ସିଂ, ଦଲାଇ ଲାମା ୧୪, ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ (ନୃତ୍ୟ)
ଆଜି ତିରୋଧାନ: ମାନ ସିଂ, ଧିରୁଭାଇ ଅମ୍ବାନୀ, ଜଗଜୀବନ ରାମ, ଚେତନ ଆନନ୍ଦ
ଇତିହାସରେ ଆଜି ଦିନ: (୧୮୮୨) ଦାଦାଭାଇ ନାରୋଜୀ ଇଂଲଣ୍ଡ ସାଂସଦର ପ୍ରଥମ ଭାରତୀୟ ସଦସ୍ୟ ହେଲେ/ (୨୦୦୬) ଭାରତ ଚୀନ ସୀମାରେ ବ୍ୟବସାୟ ପାଇଁ ନାଥୁଲା ପାସ ଖୋଲିଲା/ (୧୭୮୫) ଆମେରିକା ମୁଦ୍ରାର ନାମ ଡଲାର ହେଲା/ (୧୮୮୫) ରାବିଜ ଟୀକା ପରୀକ୍ଷା କଲେ ବୈଜ୍ଞାନିକ ଲୁଇ ପାଶ୍ଚର୍/ (୧୯୨୩) ସୋଭିଏତ ରୁଷ ସ୍ଥାପିତ ହେଲା/ (୨୦୦୫) ମେକ୍ସିକୋରେ ଚାଳିଶ ହଜାର ବର୍ଷ ପୁରୁଣା ମଣିଷ ପାଦଚିହ୍ନ ମିଳିଲା
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
