April 29, 2026

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ପ୍ରାର୍ଥନା କରି ୫୬ ଜଣଙ୍କୁ ଛତା ବାଣ୍ଟିଲେ ସମାଜସେବୀ 

IMG-20250706-WA0010
Share

 

ସମ୍ବଲପୁର, ୦୬. ୦୭(): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ପ୍ରାର୍ଥନା କରି ୫୬ ଜଣଙ୍କୁ ଛତା ବାଣ୍ଟି ଜଣେ ସମାଜସେବୀ ନିଜର ମହାନତା ଦେଖାଇଛନ୍ତି।

 

ଖଲିଆପାଲି ଗ୍ରାମର ସମାଜସେବୀ ତଥା ବିଜେପି କର୍ମୀ କପିଲ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନକୁ ସ୍ମରଣ କରି ତାଙ୍କର ଶତାୟୁ ଆୟୁଷ ପାଇଁ ପ୍ରାର୍ଥନା କରି ଜୁଯୋମୁରା ଜୋନ -୧ର ୭ ପଞ୍ଚାୟତର ୮ ଜଣ ଲେଖାଏଁ ୫୬ ଜଣ ଗରୀବ ବରିଷ୍ଠ ଓ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ଛତା ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

 

ଏହି ଅବସରରେ ସ୍ଥାନୀୟ ଦୟାନନ୍ଦ ପବ୍ଲିକ ସ୍କୁଲ ସଭା କକ୍ଷରେ ଏକ ସଭାର ଆୟୋଜନ କରାଯାଉଥିଲା। ସଭାରେ ବଜରଙ୍ଗ ଦଳର ସମ୍ବଲପୁର ମୁଖ୍ୟ ସୁଧୀର ବହିଦାର ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବିକାଶ ପୁରୁଷ ଓ ତାଙ୍କ ଜନ୍ମ ଦିନ ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟକ୍ରମ ନେତାଙ୍କ ପ୍ରତି ଭଲ ପାଇବାର ଏକ ନିଦର୍ଶନ ବୋଲି କହି ଆୟୋଜକ ମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ମୁଖ୍ୟବକ୍ତା, ଜୁଯୋମୁରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର (ମୁନୁବାବୁ), ବିଜେପି ନେତ୍ରୀ ଅମୂଲ୍ୟା ସାହୁ ଓ ଟିକି ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତା ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହାକୁ ସ୍ଥାନୀୟ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଗୋକୁଳାନନ୍ଦ ସାହୁ, ସଚ୍ଚିଦାନନ୍ଦ ନାଏକ, ଦାମୋଦର ବିଶ୍ୱାଳ ଓ ନରେଶ ପ୍ରଧାନ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

You may have missed