ଓରାଳିରେ ପ୍ରଭୂ ଜଗନ୍ନାଥଙ୍କ ବାହୁଡା଼ଯାତ୍ରା
ହାଟଡ଼ିହି ତା ୦୫/୦୭(ମନମୋହନ ନାୟକ) : ହାଟଡିହି ବ୍ଲକ ଓରାଳିରେ ପ୍ରଭୂ ଜଗନ୍ନାଥଙ୍କ , ବଡ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ପଣ୍ତିତ ମାଧବାନନ୍ଦ ପଣ୍ଡା, ଜଗନ୍ନାଥ କର, ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରାଯିବା ପରେ ଅପରାହ୍ନ ଚାରିଟା ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ନୃସିଂହ ନାଥ ସିଂ ଛେରା ପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥଲା। ହଜାର ହଜାର ଶ୍ରଦ୍ଧାଳୁ ରଥକୁ ମନ୍ଦିର ନିକଟକୁ ଟାଣି ଟାଣି ନେଇଯାଇଥିଲେ। ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ସମସ୍ତ ଗ୍ରାମବାସୀ କାର୍ଯକ୍ରମ ପରିଚାଳନା କରିଥିଲେ।
