ଗଣ ଅଣ୍ଡାଦାନ ସ୍ଥଳରେ ବେବି ଅଲିଭ ରିଡଲେ ଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା
—————————————-
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ବଟେଶ୍ଵର ଶୈବପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ନିକଟସ୍ଥ ଗଣଅଣ୍ଡାଦାନ ସ୍ଥଳରେ ସାମୁଦ୍ରିକ ବେବି ଅଲିଭ ରିଡଲେ ଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଓଡିଶା ଇନଭାରାମେଣ୍ଟ ସୋସାଇଟି ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଋଷିକୁଲ୍ୟା ସୁରକ୍ଷା କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ୱାଇଲଡ ଲାଇଫ ଇନିଷ୍ଟିଉଟ ଅଫ ଇଣ୍ଡିଆ ଡେରାଡୁନ ସାଇଣ୍ଟିଷ୍ଟ ଡ଼ଃ ବିଭାଷ ପାଣ୍ଡବ ଯୋଗ ସାମୁଦ୍ରିକ କଇଁଚ ଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ l ଓଡିଶା ଇନଭାରମେଣ୍ଟ ସୋସାଇଟି ସେକ୍ରେଟାରି ଡ଼ଃ ଜୟକୃଷ୍ଣ ପାଣିଗ୍ରାହି, ଟାଟାଷ୍ଟିଲ ଫାଉଣ୍ଡେସନ ମ୍ୟାନେଜର ତଥା ବାଇଲୋଜିଷ୍ଟ ଆଶିଷ କୁମାର ଦାଶ,ସାଇଣ୍ଟିଷ୍ଟ ଇ ଆଣ୍ଡ ଓ.ଆଇ.ସି, ଜେଡ.ଏସ.ଆଇ ଡ଼ଃ. ଅନିଲ କୁମାର ମହାପାତ୍ର,ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ,ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ସମ୍ମାନିତ ଅତିଥି ମଞ୍ଚାସିନ ରହିଥିଲେ l ପୃଥିବୀ ପୃଷ୍ଟରୁ ଅନେକ ଜୀବ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ ସେ ସବୁ ଜୀବ ମାନଙ୍କର ସରକ୍ଷଣ ନେଇ ମାନବ ସମାଜ ଗୁରୁତ୍ୱରୋପ କରିବା ଆବଶ୍ୟକ l ସେହିପରି ଋଷିକୁଲ୍ୟା ମୁହାଁଣ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ରେ ସାମୁଦ୍ରିକ କଇଁଚ ମାନଙ୍କ ସୁରକ୍ଷା ପ୍ରତି ସ୍ଥାନୀୟ ଅଞ୍ଚଳବାସୀ ଯତ୍ନବାନ ହେବା ନେଇ ମତବ୍ୟକ୍ତ କରିଥିଲେ l ତତ ସହିତ ସ୍ଥାନୀୟ ସାମୁଦ୍ରିକ ମସ୍ୟଜୀବୀ ଓ କୈବର୍ତ୍ତ ସମ୍ପ୍ରଦାୟ ଙ୍କ
ସାମୁଦ୍ରିକ କଇଁଚ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭାଗ ସହଯୋଗ ଯୋଗାଈଦେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ କର୍ମଶାଳା ରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାର ଙ୍କ ତରଫରୁ ବିଜୁ ପଟନାୟକ ଏୱାର୍ଡ଼ ପାଇଥିବା ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା l ଓ ଇ ଏସ ପ୍ରେସିଡେଣ୍ଟ ସୁନ୍ଦର ନାରାୟଣ ପାତ୍ର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ l ବୈଠକ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହ ସାମୁଦ୍ରିକ କଇଁଚ ଶାବକ ମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରି,ଯୁବ ସ୍ବେଛାସେବୀ,ସ୍ୱୟଂ ସାହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ l