ମୁଳିସିଂହ ରେ ପରିବହନ ଟ୍ରକ ରେ ବିଦ୍ୟୁତ୍ ସଂଯୋଗ, ଅଳ୍ପକେ ବର୍ତ୍ତିଗଲେ ଡ଼୍ରାଇଭର ଓ ହେଲ୍ପର
ତିର୍ତ୍ତୋଲ –ତା ୪/୭/୨୦୨୫ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ୭ଟା ୩୦ ମିନିଟ୍ ସମୟରେ ଏକ ପରିବହନ ଟ୍ରକ ସାରଳା ପୀଠ ବାଟ ଦେଇ ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ, ମୁଳିସିଂହ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ , ରାସ୍ତା ଉପରେ ଝୁଲୁଥିବା ଏକ ରୋଡକ୍ରସ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ଟି ଚାର୍ଜ ହୋଇ ଯାଇଥିଲା। ବୁଦ୍ଧିଖଟାଇ ଟ୍ରକର ଡ୍ରାଇଭର ଓ ହେଲ୍ପର୍ ଡୋର ଖୋଲି ତଳକୁ ଡେଇଁ ପଡ଼ିଥିଲେ। ଯାତାୟାତ କରୁଥିବା ଯାତ୍ରୀ ମାନେ ଭୟଭୀତ ହୋଇ ଉଠିଥିଲେ। ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଖବର ଦେଇ ବିଭାଗୀୟ ଲାଇନ୍ ମ୍ୟାନ କୁ ଜଣାଇବା ପରେ, ଲାଇନ୍ କାଟି ଦିଆ ଯାଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ଵରେ ଅଟକି ରହିଥିବା ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଚି ମୁଳିସିଂହ ସହରହାଟ ରେ ବିଦ୍ୟୁତ୍ ବିଭାଗ ର ଏକ କାର୍ଯ୍ୟାଳୟ ରହିଚି। ସହରହାଟ ର ନିକଟବର୍ତ୍ତି , କନକ ପୁର, ସଅଁରା ଓ ଛପଡ଼ା କୁ ସଂଯୋଗ କରୁଥିବା ରାସ୍ତା ଉପରେ ରୋଡକ୍ରସ ବିଦ୍ୟୁତ୍ ତାର ଯାଇଥିବାରୁ, ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ଓ ବାବା ଗୋରେଖନାଥ ଙ୍କ ମଠକୁ ଆସୁଥିବା ଯାତ୍ରୀବାହୀ ବସ ଓ ତୀର୍ଥଯାତ୍ରୀ ବସ୍ ଗୁଡ଼ିକ, ଝୁଲି ରହିଥିବା ତାର ଟେକି ଟେକି ଯିବାକୁ ପଡୁଛି। ଏଠାରେ ଅବସ୍ଥାପିତ ବିଦ୍ୟୁତ୍ ବିଭାଗ ଲାଇନ୍ ମ୍ୟାନ ଓ କର୍ମଚାରୀ ମାନଙ୍କ ଖାମଖିଆଲି ନୀତି ଓ ଅଣଦେଖା ଯୋଗୁଁ ଏହି ରାସ୍ତାରେ ଗଲାବେଳେ, କେତେବେଳେ କାହାର ଜୀବନ ଯିବ ସେ କଥା କହିହେବନି। ତେଣୁ ବିଦ୍ୟୁତ୍ ବିଭାଗ ର ଉଚ୍ଚ ପଦାଧିକାରୀ ମାନେ ଏହାର ସଠିକ୍ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର
