April 24, 2026

ଶ୍ରୀ ଜଗନ୍ନାଥ ଭଜନ ସମାରୋହ ଉଦଯାପିତ 

IMG-20250704-WA0092
Share

ବୁଗୁଡା : ତା ୦୪/୦୭/୨୫ : ସ୍ଥାନୀୟ ବଡଦାଣ୍ଡସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ଗତ ଗୁଣ୍ଡିଚା ଯାତ୍ରା ଦିନଠାରୁ ଆୟୋଜିତ ହୋଇଆସୁଥିବା ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ଯାମାପ୍ରସାଦ ହୋତା, ଶିକ୍ଷାବିତ୍ ରଘୁନାଥ ସାହୁ ପ୍ରମୁଖ ଯୋଗ ଦେଇ କଣ୍ଠଶିଳ୍ପୀ ଓ ସଙ୍ଗୀତକାରଙ୍କୁ ଉପଢୌକନ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅଷ୍ଟଦିବସୀୟ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଣ୍ଠଶିଳ୍ପୀ ବିଭୁତି ଭୂଷଣ ମିଶ୍ର, ଯୋଗୀ ନାୟକ , ମାନସ ରଞ୍ଜନ ହୋତା , ସୁଜାତା ନାୟକଙ୍କ ସମେତ ଅନେକ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲା ବେଳେ ପ୍ରକାଶ ରାଓ , ସୁରେନ୍ଦ୍ର ନାୟକ, ଦିପକ ନାୟକ , ସୁରଜ ନାୟକ, ପ୍ରମୋଦ ନାୟକ, ମୁନା ନାୟକ, ଗଜ ନାୟକ ପ୍ରମୁଖ ବାଦ୍ଯଯନ୍ତ୍ର ପରିଚାଳନା କରୁଥିଲେ। ଦୈନିକ ସନ୍ଧ୍ୟାରେ ବହୁ ସଂଖ୍ୟକ ଶ୍ରୋତାଙ୍କ ସମାବେଶ ଘଟୁଥିଲା।

You may have missed