ବିଭିନ୍ନ ସ୍ଥାନରେ ବନମହୋତ୍ସବ ସପ୍ତାହ ପାଳନ

ବୁଗୁଡା : ତା ୦୪/୦୭/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପକ୍ଷରୁ ସ୍ବପରିସରରେ ୭୬ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ବନପାଳ କ୍ଷୀରୋଦ କୁମାର ଗୌଡ, ସିଆରସିସି କିରଣ ବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଙ୍କୁ ବନମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିବା ସହ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏ ଅବସରରେ ସ୍କୁଲ ହତା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।
ସେହିପରି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ବନମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ , ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ଓକିଲ ବିଭୁଦତ୍ତ ନାୟକ, ସାଇ ସନ୍ତୋଷିନୀ ପ୍ରଧାନ, ଭକ୍ତରାମ ଦାସ, ପ୍ରଭାତ କୁମାର ଜେନାଙ୍କ ସମେତ ଅଦାଲତ କର୍ମଚାରୀ ଓ ବନ କର୍ମଚାରୀମାନେ ଯୋଗଦେଇଥିଲେ।
