September 10, 2026

ମୋହନା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ..

IMG-20250704-WA0079
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡଖଣି ଏସ୍ ଏସ ଡି ଉଚ୍ଚ ବିଦ୍ୟାଳୟ, ମୋହନା ଗ୍ରାମ ପଞ୍ଚାୟତ ସମେତ ଏକାଧିକ ସ୍ଥାନରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁନୀତା ମଲ୍ଲିକ ଏବଂ ସ୍ଥାନୀୟ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତିରେ ମୋହନା ବିଚାର ବିଭାଗୀୟ ବିଚାରପତି ପ୍ରଥମ ଶ୍ରେଣୀ ମାନ୍ୟବର ସୁଭଜିତ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଚାରା ରୋପଣ କରିଥିଲେ ଏହା ସଙ୍ଗେ ମୋହନା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଅତିଥି ଭାବେ ଉପସ୍ଥିତ ରହି ଚାରା ରୋପଣ କରିବା ସହ ଉପସ୍ଥିତ ଅଧିକାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ରୋପଣ କରି ତାହାର ଉପଯୁକ୍ତ ଯତ୍ନ ନେଇ ଗଛ ଗୁଡ଼ିକୁ ବଢାଇ ପରିବେଶ ସୃଷ୍ଟି କରିବା ନିମନ୍ତେ ବୁଝାଇଥିଲେ। ଗଛ ବଞ୍ଚିଲେ ମନୁଷ୍ୟ ବଞ୍ଚିବ, ମନୁଷ୍ୟ ବଞ୍ଚିଲେ ଯିବ ଜଗତ ବଞ୍ଚିବ ବୋଲି ଛୋଟ ଛୋଟ ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ତାହାର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଏହି ବନ ମହୋତ୍ସବ ସପ୍ତାହ ରେ ସ୍ଥାନୀୟ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଫରେଷ୍ଟର ଙ୍କ ସମେତ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ଉତ୍ସବ କୁ ଆଡମ୍ବର 5ସହ ପାଳନ କରିଥିବା ବେଳେ ଓକିଲ ସଂଘ ସଭାପତି ରବୀନ୍ଦ୍ର ନାୟକ, ସନ୍ତୋଷ କୁମାର ପାଢ଼ୀ, ସରକାରୀ ଓକିଲ ବୈଦ୍ୟ ନାଥ ସିଂ, ବରିଷ୍ଟ ଓକିଲ ସିମାଞ୍ଚଳ କାର୍ଜୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ବନ ବିଭାଗ ପ୍ରାୟ ପଞ୍ଚଷଠି ହଜାର ଚାରା ରୋପଣ କରିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ଜଣାପଡିଛି।

You may have missed